ରାସ୍ତା କଡ଼ ଷ୍ଟଲ ସାମ୍ନାରେ ଛିଡ଼ା ହୋଇ ମୋମୋଜ ତିଆରି କରିବା ଶିଖିଲେ ମମତା ବାନାର୍ଜୀ
ମୋମୋଜ ତିଆରି କରିବା ଶିଖିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗୁରୁବାର ସକାଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମର୍ଣ୍ଣିଂ ୱାର୍କ କରିବା ସମୟରେ ଏକ ରାସ୍ତା କଡ଼ରେ ଲାଗିଥିବା ଷ୍ଟଲ ସାମ୍ନାରେ ଛିଡ଼ା ହୋଇ ପ୍ରଥମେ ମୋମୋଜ ବନେଇବା ଶିଖାଇଥିଲେ ଏହାପରେ ନିଜେ ମୋମୋଜ ବନାଇଥିଲେ। ଏହି ସମୟରେ ସେ ଲୋକଙ୍କ ସହ କଥା ମଧ୍ୟ ହୋଇଥିଲେ। ମୋମୋଜ ବନାଇବା ସମୟରେ ମମତା ହସୁଥିବାର ନଜର ଆସିଥିଲେ। ସେ ମୋମୋଜ ବନାଉଥିବା ମହିଳାଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।
#WATCH पश्चिम बंगाल की मुख्यमंत्री ममता बनर्जी ने दार्जिलिंग में मॉर्निंग वॉक पर जाते समय एक सड़क किनारे लगी स्टॉल पर मोमो बनाया। pic.twitter.com/Ovg6DESGUw
— ANI_HindiNews (@AHindinews) March 31, 2022
ସୂଚନା ଥାଉକି,ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ତର ପଶ୍ଚିମଙ୍ଗକୁ ୫ ଦିନିଆ ଗସ୍ତରେ ଯାଇଛନ୍ତି। ଗସ୍ତ ସମୟରେ ସେ ଗୋରଖା ଜନମୁକ୍ତି ମୋର୍ଚ୍ଚା ଓ ଭାରତୀୟ ଗୋରଖା ପ୍ରଜାତନ୍ତ୍ରୀକ ମୋର୍ଚ୍ଚାର ପ୍ରତିନିଧି ସହ ହୋଇଥିବା ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ।
ମମତା କହିଛନ୍ତି ଯେ କେନ୍ଦ୍ର ସରକାର ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗୋଟିଏ ପଟେ ଦରଦାମ ଆକାଶ ଛୁଆଁ ହୋଇଥିବା ବେଳେ ତୈଳ ଦର ମଧ୍ୟ ଲଗାତର ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କ ସମସ୍ୟା କେନ୍ଦ୍ର ସରକାରଙ୍କୁ କୌଣସି ଫରକ ପଡ଼ୁନାହିଁ। ବିଜେପି କେବଳ ନିର୍ବାଚନ କେମିତି ଜିତିବ ସେନେଇ ଚିନ୍ତା କରୁଛି।
Comments are closed.