ପୋଲାଣ୍ଡ ଯୁବକଙ୍କ ପ୍ରେମରେ ପାଗଳ ହେଲେ ଦିଲ୍ଲୀ ଯୁବକ, ପରସ୍ପରକୁ କଲେ ବିବାହ, ଜାଣନ୍ତୁ ପୁରା ପ୍ରେମ କାହାଣୀ

Share It

ଆଜିକାଲି ସୋସିଆଲ ମିଡିଆରେ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ବିବାହ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋଗୁଡ଼ିକ ଅତ୍ୟନ୍ତ ସ୍ୱତନ୍ତ୍ର କାରଣ ଏହି ବ୍ୟକ୍ତି ନିକଟରେ ପୋଲାଣ୍ଡର ଜଣେ ପୁଅକୁ ହିଁ ବିବାହ କରିଛନ୍ତି, ତାହା ପୁଣି ପ୍ରେମ କରି। କେବଳ ଏତିକି ନୁହେଁ, ସେମାନଙ୍କର ପ୍ରେମ କାହାଣୀ ମଧ୍ୟ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଏବଂ ସେମାନେ ଫଟୋକୁ ମଧ୍ୟ ଇନଷ୍ଟାଗ୍ରାମରେ ପୋଷ୍ଟ କରନ୍ତି।

ସୂଚନା ଅନୁଯାୟୀ, ଦିଲ୍ଲୀର ଗୌରବ ଆରୋଡା ପୋଲାଣ୍ଡର ପ୍ରେଜେମେକ୍ ପାଓଲିକିଙ୍କୁ ବିବାହ କରିଛନ୍ତି। ସେମାନେ କିଛି ବର୍ଷ ପୂର୍ବେ ଏକ ଡେଟିଂ ଆପ୍ ମାଧ୍ୟମରେ ପରିଚୟ ହୋଇଥିଲେ। ଉଭୟଙ୍କ ପ୍ରଥମ ସାକ୍ଷାତ ଦିଲ୍ଲୀର ହାଉଜ ଖାସ୍ ଠାରେ ହୋଇଥିଲା। ସାକ୍ଷାତ ପରେ ଉଭୟଙ୍କ ଘନିଷ୍ଠତା ବୃଦ୍ଧି ପାଇଲା ଏବଂ ପରେ ଦୁହେଁ ଏକାଠି ସମୟ ବିତାଇଥିଲେ। ଏହା ପରେ ଦୁହେଁ ପରସ୍ପରକୁ ଭଲ ପାଇବାକୁ ଲାଗିଥିଲେ । ପ୍ରେଜେମେକ୍ ପୋଲାଣ୍ଡକୁ ଫେରିଗଲେ ଏବଂ କିଛି ସମୟ ପରେ ଗୌରବ ମଧ୍ୟ ସେଠାରେ ପହଞ୍ଚିଗଲେ। ଗୌରବ ସେଠାରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ସମ୍ପ୍ରତି ଦୁହେଁ ପରସ୍ପରର ପରିବାର ସଦସ୍ୟଙ୍କ ସହମତିରେ ବିବାହ କରିଛନ୍ତି।


Share It

Comments are closed.