ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ୱେବିନାର୍‌


କଟକ, ଜୁଲାଇ ୧୯ – ରେଭେନ୍ସା ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପୂରାତନ ଓ ନୂତନ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ରବିବାର “ସାଂପ୍ରତିକ ସମୟରେ ଗଣମାଧ୍ୟମ ପାଇଁ ଆହ୍ୱାନ” ଶୀର୍ଷକ ୱେବିନାର ଆୟୋଜିତ ହୋଇଯାଇଛି । ଏଥିରେ ପ୍ରମୁଖ ବକ୍ତା ଭାବେ ୱେବ୍ ଚ୍ୟାନେଲ୍ ଅର୍ଗସର ମୁଖ୍ୟ ଶ୍ରୀ ସଞ୍ଜୟ ଜେନା ସାମିଲ୍ ହେଇଥିବା ବେଳେ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗର ସହ ଅଧ୍ୟାପକ, ଗଣମାଧ୍ୟମ ବିଶେଷଜ୍ଞ ଓ ପ୍ରମୁଖ ଅଧ୍ୟାପକମାନଙ୍କ ସମେତ ଏହି କ୍ଷେତ୍ରର ୧୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନେ ସାମିଲ୍ ହୋଇଥିଲେ ।


ଡିଜିଟାଲ ପ୍ଲାଟଫର୍ମ ଜୁମ୍ ଯୋଗେ ଆଲୋଚିତ କାର୍ଯ୍ୟକ୍ରମରେ ପ୍ରମୁଖ ବକ୍ତା ଶ୍ରୀ ଜେନା କହିଥିଲେ କରୋନା ସମୟରେ ଉଭୟ ସାମାଜ ଏବଂ ଗଣମାଧ୍ୟମ ସଂସ୍ଥା ଓ ଏହାର ପ୍ରତିନିଧିମାନେ କରୋନା ସମସ୍ୟା ଦେଇ ଗତି କରୁଛନ୍ତି । ମାତ୍ର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ମଧ୍ୟ ଗଣମାଧ୍ୟମ ନିଜର ମୌଳିକ ଅଧିକାର ବା ନିଜର ଦାୟିତ୍ୱକୁ ପୂରଣ କରୁଛି । ଅପରପକ୍ଷରେ ଏବେ ଯୁବ ସାମ୍ବାଦିକଙ୍କ ଭୂମିକା ଗଣମାଧ୍ୟମ ସଂସ୍ଥା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଛି । ବିଶେଷତଃ କରୋନା ସମୟରେ ଟେକ୍ନୋଲୋଜି ବିଷୟରେ ଅଧିକ ଜାଣିଥିବା ନୂଆପିଢିର ଯୁବ ସାମ୍ବାଦିକଙ୍କ ଉପରେ ଗଣମାଧ୍ୟମ ସଂସ୍ଥା ନିର୍ଭରଶୀଳ ହୋଇଛି ।
ରେଭେନ୍ସା ବିଶ୍ୱ ବିଦ୍ୟାଳୟର ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗର ସହ ଅଧ୍ୟାପକ ଡା. ଜୟନ୍ତ ସ୍ୱାଇ ବକ୍ତା ଭାବରେ ଯୋଗଦେଇ କହିଛନ୍ତି କରୋନା ସମୟରେ ଗଣମାଧ୍ୟମ ଓ ସାଧାରଣ ଲୋକମାନେ କରୋନା ରୋଗୀଙ୍କ ରୋଗୀଙ୍କ ପ୍ରତି ସହାନୁଭୂତି ଦେଖାଇବାର ଆବଶ୍ୟକତା ରହିଛି । ନିଜ ବିପଦକୁ ଜୀବନରେ ପକାଇ ଖବର ସଂଗ୍ରହ କରୁଥିବା ଗଣମାଧ୍ୟମର ପ୍ରତିନିଧିମାନେ ଧନୀ ଓ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ ନଦେଖି ଖବରକୁ ହିଁ ମହତ୍ୱ ଦେବା ଦରକାର ବୋଲି ମତପ୍ରକାଶ କରିଛନ୍ତି ।
ଲୋକସମ୍ପର୍କ ବିଶେଷଜ୍ଞ ଡା. ଅଶୋକ ପଣ୍ଡା କହିଥିଲେ ବର୍ତ୍ତମାନ ଆମେ ସାମ୍ନା କରୁଥିବା ସବୁଠୁ ବଡ ଆହ୍ୱାନ ହେଉଛି କିପରି ମିଡିଆର ସ୍ଥିତାବସ୍ଥା ଜାରୀ ରହିବ । ଗଣମାଧ୍ୟମ ନିଶ୍ଚିତ ଭାବରେ ସମାଜରେ ଆଶାବାଦୀ ବାତାବରଣ ସୃଷ୍ଟି କରିବ । ସେହିପରି ସମାଜ ରିଲିଫ୍ କମିଟିର ସମ୍ପାଦକ ଡା. ପ୍ରଭାସ ଆଚାର‌୍ୟ୍ୟ ଗଣମାଧ୍ୟମର ପ୍ରତିନିଧିମାନେ ନିର୍ଭିକ ଭାବେ ଖବର ସଂଗ୍ରହ କରିବା ଦରକାର । କରୋନା ସମୟରେ କେବଳ ବ୍ୟବସ୍ଥିତ ଖବର ନୁହେଁ ଅବ୍ୟବସ୍ଥାକୁ ମଧ୍ୟ ସମାଜ ଆଗରେ ଉପସ୍ଥାପନ କରିବା ଦରକାର ବୋଲି ସେ କହିଥିଲେ ।
କାଶିପୁର ଆଇଆଇଏମର ସହ ଅଧ୍ୟାପକ ଡା. ସ୍ମାରକ ସମରଜିତ୍ ଏବଂ ଏନଏବିଏମର ପୂର୍ବତନ ନିର୍ଦ୍ଦେଶକ ଦୀପକ ସାମନ୍ତରାୟ ଏହି ୱେବିନାରରେ ମତବ୍ୟକ୍ତ କରିଥିଲେ ଯେ ଗଣମାଧ୍ୟମ ଦେଉଥିବା ଖବରକୁ ଲୋକମାନେ ଗ୍ରହଣ କରୁଛନ୍ତି ମାତ୍ର ଏଥିରେ ବିସଙ୍ଗତି ନଦେଖାଯିବାର ଆବଶ୍ୟକତା ରହିଛି । ଗଣମାଧ୍ୟମର ପ୍ରତିନିଧିମାନେ ଶୀଘ୍ର ଖବର ପ୍ରସାରଣ କରିବା ଆଶାରେ ଭୁଲ ସୂଚନା ନଦେଇ ତାକୁ ସଠିକ୍ ଅନୁଧ୍ୟାନ କରିବା ଦରକାର । ଅପରପକ୍ଷରେ ମହାମାରୀ ସମୟରେ ସ୍ୱାସ୍ଥ୍ୟ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ମାନେ ସଚେତନ ରହିବା ଦରକାର ।
ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ସାମ୍ବାଦିକତା ଓ ଗଣମାଧ୍ୟମ ବିଭାଗର ସହ ଅଧ୍ୟାପକ ତାରାପ୍ରସାଦ ଷଡଙ୍ଗୀ, ସାର୍ଥକ ଅଭ୍ୟୁଦୋୟ, ସୁମିତ ବେହେରା, ଦୁଷ୍ମନ୍ତ କୁମାର ଦାସ ଯୋଗଦେଇ ନିଜର ମତପ୍ରକାଶ କରିଥିଲେ । ଏହାବ୍ୟତିତୱେବିନାରକୁ ଗଣମାଧ୍ୟମ ବିଭାଗର ଛାତ୍ରୀ ଅଳ୍‌କା ମହାନ୍ତି ପରିଚାଳନା କରିଥିବା ବେଳେ ଶିବୁସିଂହ ରାଜପୁତ, ସୁମିତ ଶର୍ମା, ସନ୍ଦିପ ଚୌଧୁରୀ, ସାହିନ୍ ଆଫ୍ରୋଜ୍‌, ସତ୍ୟଜିତ୍ ସାହାଣୀ, ବିଶ୍ୱଜିତ ଆଚାର୍ଯ୍ୟ, ଚନ୍ଦନ ମଲ୍ଲିକ, ସତ୍ୟଜିତ ବଲିଆର ସିଂହ, ବୁବୁନ ଜେନା, ସତ୍ୟଜିତ୍ ସାମଲ, ହିମାଂଶୁ ସାମଲ, ରଶ୍ମୀପ୍ରିୟା ଲେଙ୍କା, ରଶ୍ମିତା ସାମଲ, ଚିନ୍ମୟୀ ରଏ, ବିଶ୍ୱବନ୍ଦିତା ସ୍ୱାଇଁ, ସ୍ୱପ୍ନା ରାଣୀ, ଶୁଭ ଉପାସନା, ବିକାଶ ସ୍ୱାଇଁ, ଶିଳ୍ପା ପ୍ରିୟଦର୍ଶିନୀ, ସତ୍ୟଜିତ ପ୍ରଧାନ ଓ ଅନେକ ଗଣମାଧ୍ୟମ ବିଭାଗର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ ।


Share It

Comments are closed.