ପାଣିପାଗ ବିଭାଗର ପୂର୍ବାନୁମାନ,୨୬ ଯାଏଁ କମିବନି ରାତିର ଥଣ୍ଡା

Share It

ଭୁବନେଶ୍ଵର,୧୩/୦୨:ରାତିରୁ ଶୀତ ସମ୍ପୂର୍ଣ୍ଣ ବିଦାୟ ନେଇ ନାହିଁ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାତ୍ରିକାଳୀନ ଶୀତ କମିବାର ସମ୍ଭାବନା ଦେଖାଯାଉନି । ଏପଟେ କିନ୍ତୁ, ଦିନରେ ତାଉ ଦେଖାଇଲାଣି ଖରା । ଦିନ ତାପମାତ୍ରା କ୍ରମଶଃ ବଢ଼ିବାରେ ଲାଗିଛି । ଏବେଠାରୁ ଛୁଇଁଲାଣି ୩୪ ଡିଗ୍ରୀ ସେଲସିୟସ୍ । ଖରା ଆହୁରି ବଢ଼ିବ । ଆସନ୍ତା ୧୫/୧୬ ତାରିଖ ବେଳକୁ ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୬ କିମ୍ବା ୩୭ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୩୫ ଡିଗ୍ରୀ ସେଲସିୟସ୍ ପହଞ୍ଚିପାରେ । ଏଭଳି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ

ରାଜ୍ୟରେ ଅନେକ ସ୍ଥାନରେ ରାତିରେ ଶୀତ ଅନୁଭୂତ ହେଉଛି । ଜି.ଉଦୟଗିରି, ସେମିଳିଗୁଡ଼ା, ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ ରହିଛି । ଉପକୂଳ ଅଞ୍ଚଳରେ ମଧ୍ୟ ରାତି ତାପମାତ୍ରା ୧୪/୧୫ ଡିଗ୍ରୀ ପାଖାପାଖି ରହୁଛି । ପାଣିପାଗ ବିଭାଗର ବିସ୍ତାରିତ ପୂର୍ବାନୁମାନ ଚିତ୍ର ଅନୁସାରେ ୨୬ ପର୍ଯ୍ୟନ୍ତ ଓଡ଼ିଶାରେ ରାତି ତାପମାତ୍ରା କମିବାର ନାହିଁ । ରାତି ତାପମାତ୍ରା ସ୍ୱାଭାବିକଠାରୁ ୨ରୁ ୪ ଡିଗ୍ରୀ କମ୍ ରହିପାରେ । କେତେକ ଜାଗାରେ ଏହା ସ୍ୱାଭାବିକ ତୁଳନାରେ ୬ ଡିଗ୍ରୀ କମ୍ ରହିପାରେ ।


Share It

Comments are closed.