ଧୋନୀ ଧମାକା ପରେ ନତମସ୍ତକ ହେଲେ କ୍ୟାପଟେନ, କହିଲେ ଏମିତି କିଛି
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୨ସିଜନରେ ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (MI) ମଧ୍ୟରେ ଗତକାଲି ଦେଖିବାକୁ ମିଳିଥିଲା ରୋମାଞ୍ଚକର ମୁକାବିଲା । ଯେଉଁଥିରେ ମୁମ୍ୱାଇକୁ ହରାଇ ବାଜି ମାରିଥିଲା CSK । ତେବେ ଏହି ମ୍ୟାଚର ରିଅଲ ହିରୋ ସାଜିଥିଲେ ମହେନ୍ଦ୍ର ସିଂହ ଧୋନୀ ଓରଫ ମାହି ।
ଚେନ୍ନାଇ ଦଳ ମୁମ୍ବାଇକୁ ୩ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ମହେନ୍ଦ୍ର ସିଂ ଧୋନି ପୁଣି ଥରେ ଫିନିଶର ଭୂମିକାରେ ନଜର ଆସିଥିଲେ । ଧୋନି ଶେଷ ବଲରେ ଚଉକା ମାରି ମ୍ୟାଚ୍ ଜିତାଇଥିଲେ । ସେ ୧୩ଟି ବଲରୁ ୨୮ରନ କରି ଅପରାଜିତ ଥିଲେ । ତେବେ ଧୋନିଙ୍କର ଏହି ପରଫରମାନ୍ସକୁ ବାହାବା କରିଥିଲେ ଫ୍ୟାନ୍ସ । କେବଳ ଫ୍ୟାନ୍ସ ନୁହେଁ ଅନେକ ଖେଳାଳି ବି ତାରିଫ କରିଥିଲେ ।
ଏହାର ନିଆର ଝଲକ ଦେଖିବାକୁ ମିଳିଥିଲା ସେତେବେଳେ, ଯେତେବେଳେ ମ୍ୟାଚ୍ ଜିତିବା ପରେ ଫେରୁଥିବାବେଳେ ଚେନ୍ନାଇ ଦଳର ଅଧିନାୟକ ରବିନ୍ଦ୍ର ଜାଡେଜା ତାଙ୍କ ଆଗରେ ନତମସ୍ତକ ହୋଇଥିଲେ । ଜାଡେଜା କ୍ୟାପ୍ କାଢି ପ୍ରଣାମ କରି ଧୋନିଙ୍କୁ ଅଭିବାଦନ ଜଣାଇଥିଲେ । ଜାଡେଜା ବିବୃତ୍ତିରେ କହିଛନ୍ତି ଯେ ଧୋନି ଜଣାଇଦେଇଥିଲେ ଯେ, ସେ ଏବେ କ୍ରିଜରେ ଅଛନ୍ତି ।
Comments are closed.