ଆଫଗାନିସ୍ଥାନରେ ତାଲିବାନର ଶାସନକୁ ନେଇ କ’ଣ ରହିବ ଭାରତର ଆଗାମୀ ପଦକ୍ଷେପ କିଛି ଏପରି କହିଲେ ବୈଦେଶିକ ମନ୍ତ୍ରୀ ଏସ.ଜୟ ଶଙ୍କର
ଆଫଗାନିସ୍ତାନରେ ତାଲିବାନର ଶାସନ ଆରମ୍ଭ ହେବାପରେ ଏପର୍ଯ୍ୟନ୍ତ ତିନି ଦେଶ ଚୀନ୍, ପାକିସ୍ଥାନ ଏବଂ ରୁଷ ଏହାକୁ ସମର୍ଥନ କରିଛନ୍ତି। ତାଲିବାନକୁ ସ୍ୱୀକୃତି ଦେଇଥିବା ପ୍ରଥମ ଦେଶ ହୋଇଛି ଚୀନ୍। ଏହି ସମୟରେ, ବଡ ପ୍ରଶ୍ନ ହେଉଛି ଆଫଗାନିସ୍ତାନରେ ତାଲିବାନ ଶାସନକୁ ଭାରତ ସ୍ୱୀକୃତି ଦେବ କି? ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏହା ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଜୟଶଙ୍କର କହିଛନ୍ତି, ଭାରତ ଓ୍ବେଟ୍ ଆଣ୍ଡ ଓ୍ବାଚ୍ର ସ୍ଥିତିରେ ରହିଛି,କାରଣ ଆଫଗାନିସ୍ତାନରେ ସ୍ଥିତି ଅସ୍ଥିର ରହିଛି। ଆଫଗାନିସ୍ତାନର ସ୍ଥିତି ଉପରେ ଭାରତ ନଜର ରଖିଛି। ବର୍ତ୍ତମାନ ଆମର ସମ୍ପୂର୍ଣ୍ଣ ଧ୍ୟାନ ସମସ୍ତ ଭାରତୀୟଙ୍କୁ ସେଠାରୁ ନିରାପଦରେ ସ୍ଥାନାନ୍ତର କରିବା ଉପରେ ରହିଛି।’
ଜୟଶଙ୍କର କହିଛନ୍ତି , ଆଫଗାନିସ୍ତାନ ଲୋକଙ୍କ ସହ ଭାରତର ସମ୍ପର୍କ ଐତିହାସିକ ଏବଂ ଏହା ଜାରି ରହିଛି। ଆଗାମୀ ଦିନରେ ଆଫଗାନିସ୍ତାନ ପ୍ରତି ଆମର ମନୋଭାବ ସ୍ଥିର କରାଯିବ। ଏହା ପ୍ରାରମ୍ଭିକ ଦିନ। ଆଫଗାନିସ୍ତାନରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଉପରେ ବର୍ତ୍ତମାନ ଆମର ସବୁ ଧ୍ୟାନ ରହିଛି। ତାଲିବାନ ସହ ଆଲୋଚନା ପ୍ରସଙ୍ଗରେ ଜୟଶଙ୍କର କହିଛନ୍ତି ଯେ ଏହି ସମୟରେ କାବୁଲର ଦ୍ରୁତ ଗତିରେ ବଦଳୁଥିବା ସ୍ଥିତି ଉପରେ ରହିଛି। ତାଲିବାନ ଏବଂ ଏହାର ପ୍ରତିନିଧୀମାନେ କାବୁଲରେ ଅଛନ୍ତି। ଆମକୁ ତାଙ୍କ ସହ କଥା ହେବାକୁ ପଡିବ।
ଉଲ୍ଲେଖନୀୟ ଯେ, ଭାରତ ପୂର୍ବରୁ ବିଶ୍ବର ଅନେକ ଦେଶ କହିସାରିଛନ୍ତି ଯେ ବନ୍ଧୁକ ମୁନରେ କ୍ଷମତା ପାଇଥିବା ତାଲିବାନକୁ ମାନ୍ୟତା ଦିଆଯିବନି। ମିଳିତ ଜାତିସଂଘ ଏବଂ ୟୁରୋପୀୟ ୟୁନିଅନର ପ୍ରତିନିଧୀଙ୍କ ସହ ଭାରତ, ଆମେରିକା ଏବଂ ଚୀନ୍ ସମେତ ବାରଟି ଦେଶ ନିଷ୍ପତ୍ତି ନେଇସାରିଛନ୍ତି ଯେ ଆଫଗାନିସ୍ତାନର କୌଣସି ସରକାରକୁ ବଳପୂର୍ବକ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବେ ନାହିଁ।
Comments are closed.