ଗୁପଚୁପ୍ ଖାଉଛନ୍ତି କି? ସାବଧାନ! ପାଣିରୁ ବାହାରିଲା ମୂଷା

Share It

ଗୁପଚୁପ୍ କେବଳ ରାସ୍ତାକଡ଼ର ଖାଦ୍ୟ ନୁହେଁ, ବରଂ ଏହା ରାଗ, ଖଟା, ମିଠା ଏବଂ ମୁରୁମୁରିଆ ସ୍ୱାଦର ଏକ ନିଆରା ମିଶ୍ରଣ । ସ୍ୱଚ୍ଛତାକୁ ନେଇ କିଛି ଲୋକ ଚିନ୍ତିତ ଥିଲେ ମଧ୍ୟ, ଏହା ଆଜି ବି ଅନେକ ଲୋକଙ୍କ ହୃଦୟରେ ରହିଛି ଏବଂ ଭାରତର ଏକ ଲୋକପ୍ରିୟ ଷ୍ଟ୍ରିଟ୍ ଫୁଡ୍ ହୋଇ ରହିଛି ।

କିନ୍ତୁ ପଞ୍ଜାବର ଅମୃତସରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି, ଯେଉଁଠାରେ ଗୁପଚୁପ୍ ମସଲା ପାଣିରୁ ଏକ ମୂଷା ବାହାରିଥିବା ଦେଖିବାକୁ ମିଳିଛି । ଏହି ଘଟଣାର ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହେବା ପରେ ଲୋକମାନେ ରାଗିବା ସହ ଆତଙ୍କିତ ହୋଇପଡିଛନ୍ତି ।

 

View this post on Instagram

 

A post shared by Karan (@karan_dhanju26)

ଇନଷ୍ଟାଗ୍ରାମ କ୍ରିଏଟର ‘କରଣ’ ଏହି ଭିଡିଓ ରେକର୍ଡ କରିଥିଲେ । ଭିଡିଓରେ ଦେଖାଯାଇଛି ଯେ ଦୋକାନୀ ଜଣକ ଗୁପଚୁପ୍ ପାଣି ଗୋଳାଉଥିବା ବେଳେ ହଠାତ୍ ଏକ ମୂଷା ସେଥିରୁ ବାହାରି ପାଖ ନାଳକୁ ଡେଇଁ ପଳାଇଲା । ଘଟଣା ସମୟରେ କରଣ ଏବଂ ତାଙ୍କ ସାଙ୍ଗ ସେଠାରେ ଗୁପଚୁପ୍ ଖାଇବା ପାଇଁ ଅପେକ୍ଷା କରି ଛିଡା ହୋଇଥିଲେ ।

ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଏହାକୁ ୪୫.୧ ମିଲିୟନ୍ ଲୋକ ଦେଖିସାରିଲେଣି ଏବଂ ଏଥିରେ ୪ ଲକ୍ଷରୁ ଅଧିକ ଲାଇକ୍ ଓ ୧୫ ହଜାର କମେଣ୍ଟ ଆସିଛି ।

କମେଣ୍ଟ ବକ୍ସରେ ଜଣେ ୟୁଜର ଲେଖିଛନ୍ତି, “ତମକୁ କ’ଣ ଲାଗୁଛି, ସେ ଏହି ଖରାପ ଖାଦ୍ୟ ଫିଙ୍ଗି ଦେଇଥିବ ନା ସବୁ ବିକ୍ରି କରିଦେଇଥିବ?”

ଅନ୍ୟ ଜଣେ ଲେଖିଛନ୍ତି, “ଛି.. 🤮🤮 ଆଜିଠୁ ପାଣିପୁରି ଖାଇବା ବନ୍ଦ ।”

ତୃତୀୟ ଜଣକ ଲେଖିଛନ୍ତି “ଟିମ୍ AI”, କାରଣ ସେ ଚାହୁଁଛନ୍ତି ଯେ ଏହି ଭିଡିଓଟି ସତ ନହୋଇ AI ଦ୍ୱାରା ତିଆରି ହୋଇଥାଉ, ଯାହାଦ୍ୱାରା ସେ ଆଗକୁ ବି ଗୁପଚୁପ୍ ଖାଇବାର ମଜା ନେଇପାରିବେ ।


Share It

Comments are closed.