ବିିଶ୍ୱ ମୁଖ ସ୍ୱାସ୍ଥ୍ୟ ମାସ ପରିପ୍ରେକ୍ଷୀରେ ସୋଆ ଆଇଡିଏସ୍ ପକ୍ଷରୁ ୱାକାଥନ୍ ଆୟୋଜିତ
ଭୁବନେଶ୍ୱର, ୭ ଏପ୍ରିଲ : ବିଶ୍ୱ ମୁଖ ସ୍ୱାସ୍ଥ୍ୟ ମାସ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍) ପକ୍ଷରୁ ରବିବାର ଏଠାରେ ଏକ ୱାକାଥନ୍ ଆୟୋଜିତ ହୋଇଯାଇଛି । ମୁଖ ସ୍ୱାସ୍ଥ୍ୟର ଉତମ ଯତ୍ନ ଏବଂ ସୁସ୍ଥ ଜୀବନ ଶୈଳୀ ନିମନ୍ତେ ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ୱାକାଥନ୍ର ପ୍ରସଙ୍ଗ ରହିଥିଲା ‘ହାପି ମାଉଥ୍, ହାପି ମାଇଣ୍ଡ-ୱାକ୍ ଫର ଏ କଜ୍’ ।

ଆଇଡିଏସ୍ର ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ମେମ୍ବର୍ସ, ଇନ୍ଟର୍ଣ୍ଣ ଏବଂ କର୍ମଚାରୀମାନଙ୍କୁ ମିଶାଇ ମୋଟ ୩୦୦ଜଣ ଏହି ୱାକାଥନ୍ରେ ସାମିଲ ହୋଇ ୩ କିମି ରାସ୍ତା ଚାଲିଥିଲେ । ଏଥିରେ ଅଂଶଗ୍ରହଣକାରୀମାନେ ଜନସାଧାରଣଙ୍କୁ ସଚେତନ କରାଇବା ସହ ମୁଖ ସ୍ୱାସ୍ଥ୍ୟ ଏବଂ ଏହାର ଯତ୍ନ, ଦନ୍ତ ଚିକିତ୍ସାର ନିରାକରଣ ଏବଂ ନିୟମିତ ଦନ୍ତ ପରୀକ୍ଷା କରିବାର ଗୁରୁତ୍ୱ ସମ୍ପର୍କରେ ବାର୍ତା ପ୍ରଦାନ କରିଥିଲେ ।
ଏହି ଅବସରରେ ଛାତ୍ରଛାତ୍ରୀମାନେ ‘ଫ୍ଲାସମବ’ ଜରିଆରେ ବାର୍ତା ପ୍ରଦାନ କରିଥିଲେ । ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଆଇଡିଏସ୍ର ଡିନ୍ ପ୍ରଫେସର (ଡକ୍ଟର) ରୁଚି ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ୱାକାଥନ ଦ୍ୱାରା ଆମେ ସମାଜ ପ୍ରତି ଆମର ଦାୟିତ୍ୱ ପରିପ୍ରକାଶ କରିବାକୁ ଉଦ୍ୟମ କରିଛୁ ବୋଲି ପ୍ରଫେସର (ଡକ୍ଟର) ଭୂୟାଁ କହିଥିଲେ ।
Comments are closed.