ଭଲଭୋ ବସ ଇଣ୍ଡିଆ ପକ୍ଷରୁ ଓଡିଶାକୁ ୧୦ଟି କୋଚ ପ୍ରଦାନ
ଭୁବନେଶ୍ୱର: ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟକୁ ୧୦ଟି ଭଲଭୋ ବି୮ଆର ୧୨-ମିଟର କୋଚ ପ୍ରଦାନ କରିଛନ୍ତି । ଭିଇ କମର୍ସିଆଲ ଭେହିକିଲ (ଭିଇସିଭି)ର ଏକ ଅଂଶ, ଭଲଭୋ ବସେସ ଇଣ୍ଡିଆ ପୂର୍ବରୁ ଏହି ବସ ଗୁଡିକୁ ଓଡିଶା ଷ୍ଟେଟ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନ (ଓଏସଆରଟିସି)କୁ ପ୍ରଦାନ କରିଛି ।
ଏହି ସମ୍ପର୍କରେ ଓଏସଆରଟିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ଆଇପିଏସ ଦିପ୍ତେସ କୁମାର ପଟ୍ଟନାୟକ କହିଛନ୍ତି ଯେ, “ଆମ୍ଭେମାନେ ଏହି ସମସ୍ତ ପ୍ରିମିୟମ ବସଗୁଡିକୁ ଓଡ଼ିଶା ଠାରୁ ସଂଲଗ୍ନ ରାଜ୍ୟ ପର୍ଯ୍ୟନ୍ତ ପରିବ୍ୟାପ୍ତ ଦୀର୍ଘ ଦୂରଗାମୀ ଅନ୍ତ-ରାଜ୍ୟ ମାର୍ଗରେ ନିୟୋଜିତ କରିବାକୁ ଅପେକ୍ଷା କରିଛୁ । ଆମର ଉଦ୍ଦେଶ୍ୟ ହେଉଛି ସମଗ୍ର ଅଂଚଳକୁ ସଂଯୋଗ ଯୋଗାଇବା ଲାଗି ଓଡ଼ିଶାର ରଣନୈତିକ ଅଂଚଳର ଉପଯୋଗ କରିବା ।” ରାଜ୍ୟ ପରିବହନରେ ବର୍ତମାନ ୬୦୦ରୁ ଅଧିକ ବସ ଯାତାୟତ କରୁଛି ।
ଭିଇସିଭିର ବସ ବିଭାଗର ସଭାପତି ଆକାଶ ପାସେ କହିଛନ୍ତି ଯେ, “ଏହି ଶ୍ରେଷ୍ଠ ବର୍ଗର କୋଚ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାରର ରାସ୍ତା ଏବଂ କାର୍ଯ୍ୟ ପ୍ରକ୍ରିୟାରେ ଏକ ପ୍ରମାଣିତ ପ୍ରଦର୍ଶନକାରୀ ଅଟେ । ଆମ୍ଭେମାନେ ଆତ୍ମବିଶ୍ୱାସୀ ଯେ ଏହି ବସଗୁଡିକ ଓଡିଶାର ସୂକ୍ଷ୍ମଦର୍ଶୀ ଯାତ୍ରୀମାନଙ୍କୁ ସେମାନେ ପାଇବାକୁ ଯୋଗ୍ୟ ନିରାପତା ଏବଂ ଆରାମ ପ୍ରଦାନ କରିବ ।”
ସମ୍ପୂଣ୍ଣ ର୍ ଭାବେ ୟୁରୋ-ଭିଆଇ ବିଲ୍ଟ କୋଚ, ଭଲଭୋର ପ୍ରମାଣିତ ୩୦୦ଏଚପି, ଡି୮କେ ସିକ୍ସ ସିଲିଣ୍ଡର, ଡାଇରେକ୍ଟ ଇଞ୍ଜେକସନ ଡିଜେଲ ଇଞ୍ଜିନ ଦ୍ୱାରା ସମୃଦ୍ଧ । ଏହା ଗ୍ରାହକମାନଙ୍କୁ ଓଜନ ଅନୁପାତରେ ଶ୍ରେଷ୍ଠତା ପ୍ରଦାନ କରିଥାଏ । ଇଲେକ୍ଟ୍ରିକାଲି କଂଟ୍ରୋଲଡ ସସପେନସନ(ଇସିଏସ) ସିଷ୍ଟମ ମାଧ୍ୟମରେ ଚାଳନାର ଗୁଣବତା ପରିବର୍ତନ କରିହେବ ଯେବେକି ଇଲେକଟ୍ରୋନିକ ବାର୍କିଙ୍ଗ ସିଷ୍ଟମ (ଇବିଏସ) ଦ୍ୱାରା ସୁରକ୍ଷାକୁ ସୁଦୃଢ କରୁଛି ।
ଓଏସଆରଟିସି ସହିତ ଦକ୍ଷତା ବିକାଶ ଉପରେ ଏକ ଚୁକ୍ତି ସ୍ୱାକ୍ଷର କରାଯାଇଛି । ଆଇପିଏସ ଦିପ୍ତେସ କୁମାର ପଟ୍ଟନାୟକ ମତ ଦେଇଛନ୍ତି ଯେ, “ଓଡିଶାର ସାର୍ବଜନୀନ ପରିବହନ କ୍ଷେତ୍ରର ଦକ୍ଷତା ବିକାଶରେ ଓଏସଆରଟିସି ପକ୍ଷରୁ ବହୁଳ ମାତ୍ରାରେ ନିବେଶ କରାଯାଇଛି । ଭିଇସିଭିର ଜ୍ଞାନକୌଶଳ ଏବଂ ସୁବିଧା ଆମ୍ଭମାନଙ୍କର ଆଭ୍ୟନ୍ତରୀଣ କାର୍ଯ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ ।” ସେହିଭଳି ଆକାଶ ପାସେ ଙ୍କ ମତରେ, “ଓଏସଆରଟିସି ଭଳି ପ୍ରଗତିଶୀଳ ଅନୁଷ୍ଠାନ ସହିତ ମିଳିତଭାବେ ବିଶ୍ୱ ଏବଂ ଭାରତୀୟ ଶ୍ରେଷ୍ଠ ମୂଲ୍ୟରେ ଆମ୍ଭମାନଙ୍କର ସାର୍ବଜନୀନ ପରିବହନ ସମ୍ପ୍ରଦାୟର ବିକାଶରେ ଯୋଗଦାନ କରିବା ପାଇଁ ଖୁବ ଇଚ୍ଛୁକ ।”
Comments are closed.