ଭିଏମ୍ସି ପକ୍ଷରୁ ଅନ୍ଲାଇନ୍ ଲାଇଭ୍ କ୍ଲାସ୍ ‘ଲର୍ଣ୍ଣ ଫ୍ରମ୍ ହୋମ୍’
ଭୁବନେଶ୍ୱର: କୋଭିଡ୍-୧୯ ମହାମାରୀ ପାଇଁ ଲକ୍ଡାଉନ୍ ଯୋଗୁଁ ବନ୍ଦ ଥିବା ଶିକ୍ଷାନୁଷ୍ଠାନଗୁଡିକ ଏବେ ଅନ୍ଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବାକୁ ଚେଷ୍ଟା କରୁଛନ୍ତି । ଏକ୍ଷେତ୍ରରେ ଭିଏମ୍ସି ମହାମାରୀ ଆରମ୍ଭ ହେବା ପୂର୍ବରୁ କାର୍ଯ୍ୟ ଆରମ୍ଭ କରିଥିଲା ଓ ନିଜର ଅନ୍ଲାଇନ୍ ଲର୍ଣ୍ଣିଙ୍ଗ୍ ପ୍ଲାଟ୍ଫର୍ମ ଭିଏମ୍ସି ଗୁରୁ ବିକଶିତ କରିଥିଲା । ଭିଏମ୍ସିରେ ଫ୍ୟାକଲ୍ଟିଙ୍କ ଦ୍ୱାରା ନିଆଯାଉଥିବା ଲାଇଭ୍ ଅନ୍ଲାଇନ୍ କ୍ଲାସ୍ଗୁଡିକ ସହିତ ସମସ୍ତ ନିୟମିତ କ୍ଲାସ୍ରୁମ୍ ବ୍ୟାଚ୍ ନିର୍ଦ୍ଧାରିତ ସମୟରେ ପରିଚାଳିତ ହେଉଛି ଏହି ଲାଇଭ୍ ଅନ୍ଲାଇନ୍ କ୍ଲାସ୍ ଲକ୍ଡାଉନ୍ କଟକଣା ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ଜାରି ରହିବ । ଭିଏମ୍ସି ପକ୍ଷରୁ ଆସନ୍ତା ସପ୍ତାହଗୁଡିକରୁ ଆରମ୍ଭ ହେବାକୁ ଥିବା ସମସ୍ତ ବ୍ୟାଚ୍ଗୁଡିକର ମଧ୍ୟ ନିର୍ଦ୍ଧାରିତ ସମୟରେ ଅନ୍ଲାଇନ୍ ଲାଇଭ୍ ଡେଲିଭରି ମାଧ୍ୟମରେ ଆରମ୍ଭ କରାଯିବା ନେଇ ସୁନିଶ୍ଚିତ କରାଯାଇଛି । ଏହି ଅନ୍ଲାଇନ୍ ଲାଇଭ୍ କ୍ଲାସେସ୍ରେ ହଜାର ହଜାର ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କଠାରୁ ଏହାକୁ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି । ଛାତ୍ରଛାତ୍ରୀମାନେ ଘରେ ବସି ଲାଇଭ୍ କ୍ଲାସ୍ ସମୟରେ ନିଜ ସେଂଟର୍ର ଶିକ୍ଷକମାନଙ୍କଠାରୁ ଛୋଟ ଛୋଟ ବ୍ୟାଚ୍ରେ ନିଜ ସନ୍ଦେହ ଦୂର କରୁଛନ୍ତି ।
ଏସମ୍ପର୍କରେ ଭିଏମ୍ସିର ସିଇଓ ବିଷ୍ଣୁ ଦତ ଶର୍ମା କହିଛନ୍ତି, ଭିଏମ୍ସି ଓ ଏହାର ଛାତ୍ରଛାତ୍ରୀମାନେ ବର୍ତମାନର ବାସ୍ତବ ସ୍ଥିତିକୁ ଆପଣାଇନେଇଛନ୍ତି, ଯାହାକି ଆମ ପାଇଁ ଆଶ୍ଚର୍ଯ୍ୟଚକିତ ଅଟେ । ଆମର ଛାତ୍ରଛାତ୍ରୀଙ୍କ ପାଇଁ ଲକ୍ଡାଉନ୍ର ପ୍ରଭାବକୁ ଦୂର କରିପାରିଥିବାରୁ ଏହା ଆମ ପାଇଁ ଏକ ବଡ ସଫଳତା । ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ନିଜର ନ୍ୟାସ୍ନାଲ ଆଡ୍ମିଶନନ ଟେଷ୍ଟଗୁଡିକ ମାଧ୍ୟମରେ ଭିଏମ୍ସି ପ୍ରୋଗ୍ରାମରେ ଆଡ୍ମିଶନ ହାସଲ କରୁଛନ୍ତି । ଲର୍ଣ୍ଣ ଫ୍ରମ୍ ହୋମ୍’ କ୍ଷେତ୍ରରେ ଭିଏମ୍ସି ଗୁରୁ ସହ ସେମାନେ ସମ୍ପୂର୍ଣ୍ଣ ରୂପେ ଅନ୍ଲାଇନ୍ରେ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ନାମ ଲେଖାଉଛନ୍ତି । ଭିଏମ୍ସିରେ ପାଠ୍ୟକ୍ରମଗୁଡିକରେ ଦେଶର କିଛି ସର୍ବୋତମ ପ୍ୟାକଲ୍ଟିଙ୍କ ଦ୍ୱାରା କରାଯାଉଥିବା ଲାଇଭ୍ କ୍ଲାସ୍ରେ ଶିକ୍ଷାଦାନ କରୁଛନ୍ତି । ଏଠାରେ ଅନ୍ଲାଇନ୍ ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ରୂପେ ଡିଜାଇନ୍ ହୋଇଥିବା ପାଠ୍ୟ ଉପକରଣ, ନ୍ୟାସ୍ନାଲ ଲେଭେଲ ଟେଷ୍ଟ୍ ସିରିଜ୍, ବ୍ୟକ୍ତିଗତ ବିଶ୍ଳେଷଣ ଓ ନେଂଟରିଙ୍ଗ୍ ଭଳି ସଂଶାଧନ ପାଇପାରିବେ । କମ୍ ମୂଲ୍ୟରେ ଭିଏମ୍ସିର ଉଚ୍ଚମାନର ପ୍ରିପାରେସନ ପ୍ରୋଗ୍ରାମ୍ ଚାହୁଁଥିବା ଏବଂ ଭିଏମ୍ସି ସେଂଟର୍ଗୁଡିକଠାରୁ ଦୂରରେ ରହୁଥିବା ତଥା ଏଠାରେ ପହଂଚିପାରୁନଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଉନ୍ନତ ସମାଧାନ । ଭିଏମ୍ସି ଛାତ୍ରଛାତ୍ରୀମାନଙ୍କୁ କରୋନା ଭାଇରସ୍ ବିରୋଧରେ ଲଢିବା ଓ ନିଜ ସ୍ୱପ୍ନକୁ ହାସଲ କରିବାରେ ସହଯୋଗ କରିବା ପାଇଁ ଏହି ପ୍ରୋଗ୍ରାମଗୁଡିକ ପାଇଁ ଫ୍ଲାଟ୍ ୩୫% ଆଂଟି-କୋଭିଡ୍ ସ୍କୋଲାରସିପ୍ ପ୍ରଦାନ କରୁଛି ।
Comments are closed.