ବ୍ଲଗରଙ୍କ ଦୁର୍ଘଟନା ଭିଡିଓ ଭାଇରାଲ୍, ଲାଇସେନ୍ସ ବାତିଲ୍ ଦାବି କରୁଛନ୍ତି ନେଟିଜେନ୍

Share It

ନିକଟରେ ଏକ ହାର୍ଲି ଡେଭିଡସନ୍ ଚାଳନା କରୁଥିବା ଜଣେ ବ୍ଲଗର ତାଙ୍କ ଦୁର୍ଘଟନା ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହା ଛତ୍ରପତି ସମ୍ଭାଜୀନଗର, ମହାରାଷ୍ଟ୍ରରେ ଘଟିଥିଲା। ବ୍ଲଗର ତାଙ୍କ ମୋଟରସାଇକିଲ୍ ରେ ଯାଉଥିବା ବେଳେ ଏକ ଅନ୍ୟ ବାଇକ୍ ଚାଳକ ଏକ କ୍ରସ୍ ରୋଡ୍ ରୁ ପଳାଇ ଆସିଥିଲେ।
ବେପରୁଆ ଗାଡି ଚାଳନାର ଏହି ଭିଡିଓ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ବହୁତ ନେଟିଜେନ୍ ଅନ୍ୟ ବାଇକ୍ ଚାଳକଙ୍କର ଲାଇସେନ୍ସ ବାତିଲ୍ କରିବାକୁ ଦାବି କରୁଛନ୍ତି। ତେବେ ସେମାନେ ନିଜେ ମଧ୍ୟ କହିଛନ୍ତି ,“କିନ୍ତୁ ଭାରତରେ ଏହା ହେବ ନାହିଁ।”
ଭାରତରେ ଦୁର୍ଘଟନା ସାଧାରଣ ଦୃଶ୍ୟ, ବେପରୁଆ ଡ୍ରାଇଭିଂ ଓ ଭୁଲ୍ ଟର୍ନ ନେବା ଏହାର ମୁଖ୍ୟ କାରଣ। ଅନ୍ୟ ବାଇକ୍ ଚାଳକ ଟର୍ନ ନେବାକୁ ଥିଲେ, କିନ୍ତୁ ପ୍ରତିକ୍ଷା ନକରି ଆଗକୁ ବଢ଼ି ଯିବାରୁ ଦୁଇ ଗାଡି ମଧ୍ୟରେ ଦୁର୍ଘଟଣା ।
ଏହି ଦୁର୍ଘଟନା ଭିଡିଓ ବ୍ଲଗରଙ୍କ କ୍ୟାମେରାରେ ରେକର୍ଡ କରାଯାଇଥିଲା , ଯାହା ସେ ଅପଲୋଡ୍ କରିଥିଲେ। ନେଟିଜେନ୍ମାନେ ତାହାର କମେଣ୍ଟ ସେକ୍ସନ୍‌କୁ ଭରିଦେଇଛନ୍ତି। ଗୋଟିଏ ବ୍ୟକ୍ତି ଲେଖିଛନ୍ତି“ମହାରାଷ୍ଟ୍ରରେ ସାଧାରଣ ଦୃଶ୍ୟ, ଦୁଇ ଚକିଆ ଗାଡି ଚାଳକମାନେ ବିନା କୌଣସି ନଭାବି ସେ ରାସ୍ତା ଉପରକୁ ଚାଲି ଆସନ୍ତି ।
ଆଉ ଜଣେ କମେଣ୍ଟ କରିଥିଲେ ଯେ, “ନିୟମ ଅନୁଯାୟୀ ବ୍ଲଗର ଏଥିପାଇଁ ଦଣ୍ଡିତ ହେବା ଆବଶ୍ୟକ କାରଣ ଗାଡି ଚାଳନ ସମୟରେ ସେ ଭିଡିଓ ତିଆରି କରୁଥିଲେ ଯାହା ଆଇନ ଅନୁଯାୟୀ ଦଣ୍ଡନୀୟ ଅଟେ । ଆହୁରୀ ମଧ୍ୟ କହିଛନ୍ତି ବ୍ଲଗର ଜଣକ ଗୋଟିଏ ହାତରେ ଗାଡି ଚାଳନା କରୁଥିଲେ । ଯାହାକି ଦଣ୍ଡନୀୟ ଅପରାଧ ସହ ବିପଦପୂର୍ଣ୍ଣ ଷ୍ଟଣ୍ଟ ଦର୍ଶାଉଛି ।”


Share It

Comments are closed.