ପୁନିତ ରାଜକୁମାରଙ୍କ ପରେ ସାମାଜିକ କାର୍ଯ୍ୟକୁ ଜାରି ରଖିବେ ଅଭିନେତା ଵିଶାଲ: ୧୮୦୦ ଛାତ୍ରଛାତ୍ରୀଙ୍କୁ ପଢାଇବେ ପାଠ
ତାମିଲ ଅଭିନେତା ଵିଶାଲ କହିଛନ୍ତି ଯେ ସେ କନ୍ନଡ଼ ସୁପରଷ୍ଟାର ପୁନିତ ରାଜକୁମାରଙ୍କ ସାମାଜିକ ସେବା କାର୍ଯ୍ୟକଳାପ ଜାରି ରଖିବେ। ଵିଶାଲଙ୍କ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଲୋକେ ଅଭିନେତାଙ୍କ ଏହି ମହାନତା ପାଇଁ ତାଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି।
ଏକ ସମାରୋହରେ ସାମିଲ ହୋଇ ଵିଶାଲ କହିଛନ୍ତି ଯେ ସେ ପୁନିତ ରାଜକୁମାରଙ୍କ ସମାଜ ସେବା କାର୍ଯ୍ୟ ଜାରି ରଖିବେ। ସେ ସେହି ୧୮୦୦ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବେ ଯିଏ ପୁନିତଙ୍କ ପରିବାର। ପୁନିତଙ୍କ ଦେହାନ୍ତ ଉଭୟ ଫିଲ୍ମ ଇଣ୍ଡଷ୍ଟ୍ରି ଓ ସମାଜ ପାଇଁ ଏକ ବଡ କ୍ଷତି ବୋଲି ସେ କହିଛନ୍ତି। ଫିଲ୍ମ ଉଦ୍ୟୋଗ ପାଇଁ ସେ ବହୁତ କିଛି କରିଛନ୍ତି ଓ ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସେ ଗୌରବ ଥିଲେ ବୋଲି କହିଛନ୍ତି।
ପୁନିତ ରାଜକୁମାର ଫିଲ୍ମ ଛଡା ଅନେକ ସାମାଜିକ କାର୍ଯ୍ୟ କରୁଥିଲେ। ସେ ନିଜ ପିତା ରାଜକୁମାରଙ୍କ ସାମାଜିକ କାର୍ଯ୍ୟକୁ ଆଗକୁ ବଢ଼ାଇ ୪୫ଟି ମାଗଣା ସ୍କୁଲ, ୨୬ଟି ଅନାଥ ଆଶ୍ରମ, ୧୯ଟି ଗୋଶାଳା ସମେତ ୧୬ଟି ଵୃଦ୍ଧାଶ୍ରମର ଦାୟିତ୍ୱ ନେଇଥିଲେ। ଗତ ବର୍ଷ ସେ ୧୮୦୦ ଛାତ୍ରଛାତ୍ରୀଙ୍କୁ ପଢାଇବା ଦାୟିତ୍ୱ ମଧ୍ୟ ନେଇଥିଲେ। ଦିବଙ୍ଗତ ଅଭିନେତାଙ୍କ ଏହି ମହାନ କାମକୁ ଵିଶାଲ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।
ଦିବଙ୍ଗତ କନ୍ନଡ଼ ସୁପରଷ୍ଟାରଙ୍କ ସମ୍ମାନରେ ଚଳିତ ସପ୍ତାହରେ କର୍ଣ୍ଣାଟକର ମଲ ଓ ସିନେମାହଲରେ ତାଙ୍କର ସୁପରହିଟ ଫିଲ୍ମ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି।
Comments are closed.