ବିନା ଶତକରେ ୧୦୦ ଟି ମ୍ୟାଚ ଖେଳିଲେ ବିରାଟ କୋହଲି

Share It

ଟିମ୍‌ ଇଣ୍ଡିଆ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ ବିରୋଟ କୋହଲି ବର୍ତ୍ତମାନ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଗତ କାଲି ମଙ୍ଗଳବାର ଲକ୍ଷ୍ନୌ ସୁପର ଜଏଣ୍ଟସ୍ ସହ ଖେଳାଯାଇଥିବା ମ୍ୟାଚରେ ମଧ୍ୟ କୋହଲି ଖାତା ଖୋଲି ପାରିନଥିଲେ। ତାଙ୍କୁ ପ୍ରଥମ ବଲରେ ଆଉଟ କରିଥିଲେ ଡକ୍‌।

କୋହଲିଙ୍କର ଖରାପ ଫର୍ମ ଭିତରେ ସାମ୍ନାକୁ ଆସିଛି ତାଙ୍କର ନିରାଶଜନକ ରେକର୍ଡ। ଯେଉଁଥିରେ ବିନା ଶତକରେ ୧୦୦ ଟି ମ୍ୟାଚ ଖେଳିଛନ୍ତି ବିରାଟ କୋହଲି। ଏନେଇ କ୍ରିକେଟ ପରିସଂଖ୍ୟାନବିଦ୍‌ ମଜହର ଅରସଦ୍‌ ଟୁଇଟ କରି କହିଛନ୍ତି ଯେ କୋହଲି ବର୍ତ୍ତମାନ ସୁଦ୍ଧା ୧୭ ଟି ଟେଷ୍ଟ, ୨୧ ଟି ଦିନିକିଆ, ୨୫ ଟି-୨୦ ଓ ୩୭ ଟି ଆଇପିଏଲ ମ୍ୟାଚ୍‌ରେ ତିନି ଅଙ୍କ ଛୁଇଁ ପାରିନାହାନ୍ତି। ଆରସିବିର ଓପନର୍ ବ୍ୟାଟ୍ସ ମ୍ୟାନ ଅନୁଜ ରାୱତ ପ୍ରଥମ ଓଭରରେ ମାତ୍ର ୪ ରନ୍‌ କରି ଆଉଟ ହେବା ପରେ କୋହଲି ବ୍ୟାଟିଂ କରିବାକୁ ଆସିଥିଲେ। କୋହଲିଙ୍କୁ ପ୍ରଥମ ଓଭରର ଶେଷ ବୋଲରେ ଡକ୍‌ ଆଉଟ କରିଥିଲେ। ଏହି ବଲଟି ବ୍ୟାକ୍ ଅଫ୍ ଲ୍ୟାନ୍ଥ୍‌ ବଲ୍ ରହିଥିଲା ଏବଂ ସେ ସିଧା ଫିଲ୍ଡର ପଏଣ୍ଟ ଅଞ୍ଚଳକୁ ଖେଳି କ୍ୟାଚ୍‌ ହୋଇଥିଲେ।

ଆଇପିଏଲ୍ ୨୦୨୨ ରେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ୭ ଟି ମ୍ୟାଚରେ କୋହଲି ମାତ୍ର ୧୧୯ ରନ୍ କରିଛନ୍ତି ଏବଂ ତାଙ୍କର ସର୍ବାଧିକ ସ୍କୋର ୪୮ ରହିଛି। କୋହଲି ଆଇପିଏଲ୍ ଇତିହାସରେ ଏପର୍ଯ୍ୟନ୍ତ ୨୧୪ ମ୍ୟାଚ୍‌ ଖେଳି ୬୪୦୨ ରନ୍ କରିଥିବା ବେଳେ ୫ ଟି ଶତକ ଏବଂ ୪୨ ଟି ଅର୍ଦ୍ଧ ଶତକ ସହିତ ସେ ଅଧିକ ସ୍କୋର କରିଥିବା ବ୍ୟାଟର। ଅନ୍ୟପଟେ ସେ କ୍ରିକେଟ୍ ଇତିହାସରେ ୨୩,୬୫୦ ରନ୍ କରିବା ସହ (ଟେଷ୍ଟ, ଦିନିକଆ, ଟି-୨୦) ସହିତ ବ୍ୟାଟ୍ସମ୍ୟାନ୍ ତାଲିକାରେ ସପ୍ତମ ସ୍ଥାନରେ ରହିଛନ୍ତି ।


Share It

Comments are closed.