ବାଙ୍ଗାଲୁର ଦଳାଚକଟା ଘଟଣାକୁ ନେଇ ମୁହଁ ଖୋଲିଲେ କୋହଲି, ଆରସିବିର ପାଇଁ ଐତିହାସିକ ଖୁସିର ମୂହୂର୍ତ୍ତ ଥିଲା କିନ୍ତୁ …..
ଭାରତ ଏବଂ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୁର ର ସୁପରଷ୍ଟାର ଖେଳାଳୀ ବିରାଟ କୋହଲି ଆଇପିଏଲ ଟାଇଟେଲ ଜିତିବା ପରେ ଉତ୍ସବ ମନାଇବା ପାଇଁ ବାଙ୍ଗାଲୁର ଦଳାଚକଟା ଘଟଣାକୁ ନେଇ କହିଛନ୍ତି ଯେ, ତାଙ୍କ ଦଳ ପାଇଁ ଏହା ସବୁଠାରୁ ଖୁସିର ଦିନ ହୋଇଥାନ୍ତା କିନ୍ତୁ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ପରେ ଏହା ଅତ୍ୟନ୍ତ ଦଃଖଦ ଦିନରେ ପରିଣତ ହୋଇଯାଇଥିଲା । ପ୍ରକାଶ ଥାଉକି ଦୀର୍ଘ ୧୮ ବର୍ଷ ପରେ ବାଙ୍ଗାଲୋର ପ୍ରଥମ ଥର ପାଇଁ ଆଇପିଏଲ ଟାଇଟେଲ ବିଜୟ ପରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରିବା ପାଇଁ ପାଖାପାଖି ଅଢେଇ ଲକ୍ଷ ଆରସିବି ପ୍ରେୀମ ଏକାଠି ହୋଇଥିଲେ । ଭଡି ଅଣାୟତ୍ତ ହୋଇଯିବା ହେତୁ ଏହି ଦଳାଚକଟା ଘଟଣା ଘଟିଥିଲା ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା ।
ଆରସିବି ଏକ୍ସ ହ୍ୟାଣ୍ଡେଲରେ କୋହଲି କହିଛନ୍ତି ଯେ, “ଆପଣ କେବେବି ଏହି ଭଳି ହୃଦୟବିଦାରକ ଘଟଣା ସାମନା କରିବାକୁ ଚାହିଁବେନି । ଯାହାକି ଆମ ଦଳ ପାଇଁ ସବୁଠାରୁ ଐତିହାସିକ ଖୁସିର ଦିନ ହବା ବଦଳରେ ଦୁଃଖଦ ଦିନରେ ପରିଣତ ହୋଇଗଲା । ” ସେ କହିଛନ୍ତି ଯେ “ମୁଁ ମୋର ପ୍ରିୟଗଣ , ହରେଇଥିବା ପରିବାର ଗଣ ଏବଂ ଆହତ ହୋଇଥିବା ପ୍ରଶଂସକଙ୍କ ସଂପର୍କରେ ଭାବୁଛି ଏବଂ ପ୍ରାର୍ଥନା ମଧ୍ୟ କରୁଛି । ଆପଣଙ୍କର କ୍ଷତି ଏବେ ଆମ କାହାଣୀର ଅଂଶ ଅଟେ । ଆମେ ମିଶିକରି ସତର୍କତା, ସମ୍ମାନ ଏବଂ ଦାୟିତ୍ୱର ସହ ଆଗକୁ ବଢିବା । ”
ଅଧିକାରୀଙ୍କ କହିବା ମୁତାବକ, “ଏହି ଅରାଜକତାର ମୁଖ୍ୟ କାରଣ ଅତ୍ୟଧିକ ଭିଡ ଏବଂ ଉଚିତ ମଞ୍ଜୁରୀର ଅଭାବ ଥିଲା , ଯାହାକି ଫ୍ରାଞ୍ଚାଇଜ ଦ୍ୱାରା ସୋସିଆଲ ମିଡିଆ ମାଧ୍ୟମରେ ପଠାଯାଇଥିବା ନିମନ୍ତ୍ରଣ କାରଣରୁ ଘଟିଥିଲା । ପୋଲିସ ସ୍ୱୀକାର କରିଛି ଯେ, ଭିଡ ନିୟନ୍ତ୍ରଣ କରିବା ପାଇଁ ତାଙ୍କ ପାଖରେ ସେତିକି ପୋଲିସ ବଳ ମହଜୁଦ ନଥିଲା ଏବଂ ଆରସିବି ନିଜ ପ୍ରଂଶସକଙ୍କୁ ବିପୁଳ ମାତ୍ରରେ ଆସିବା ପାଇଁ ପ୍ରୋତ୍ସାହିତ କରିବା ପ୍ରମୁଖ କାରଣ ବୋଲି କହିଛି । ”
Comments are closed.