୩୪ କୋଟି ଟଙ୍କାର ଏହି ବିଳାସମୟ ଘରେ ରହିବେ ବିରାଟ-ଅନୁଷ୍କାଙ୍କ ଗେହ୍ଲି ଝିଅ


ଭାରତୀୟ କ୍ରିକେଟ କ୍ୟାପଟେନ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ କନ୍ୟା ସନ୍ତାନର ବାପା-ମା’ ହୋଇଛନ୍ତି। ଅନୁଷ୍କା ଶର୍ମା ସୋମବାର ଦିନ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବିରାଟ କହିଛନ୍ତି ଯେ ଅନୁଷ୍କା ଓ ତାଙ୍କ ନବଜାତ ଶିଶୁ କନ୍ୟା ସୁସ୍ଥ ଅଛନ୍ତି। ଖୁବ ଶୀଘ୍ର ସେମାନେ ଝିଅକୁ ନେଇ ଘରକୁ ଆସିବେ। ତେବେ ଆସନ୍ତୁ ବିରୁଷ୍କାଙ୍କ ସେହି ବିଳାସପୂର୍ଣ୍ଣ ଘର ଉପରେ ଏକ ନଜର ପକାଇବା ଯେଉଁଠାରେ ରହିବ ତାଙ୍କ ଗେହ୍ଲି ଝିଅ।

ବିରାଟ ଅନୁଷ୍କାଙ୍କ ଏହି ବିଳାସମୟ ଘର ମୁମ୍ବାଇ ୱର୍ଲିରେ ଅଛି। ତାଙ୍କ ଆପାର୍ଟମେଣ୍ଟର ନାଁ ‘Omkar 1973’. ବାହାଘର ପରେ ୨୦୧୭ ରେ ଦୁଇ ଷ୍ଟାର ଏହି ଘରକୁ ସିଫ୍ଟ ହୋଇଥିଲେ। ଉଭୟ ବାହାଘର ପୂର୍ବରୁ ୨୦୧୬ ରେ ଏହି ଘର କିଣିଥିଲେ ବୋଲି ଶୁଣିବାକୁ ମିଳିଥିଲା।

ଏହି ଆପାର୍ଟମେଣ୍ଟର ଦାମ ୩୪ କୋଟି ଟଙ୍କା। ଏହି ସୁନ୍ଦର ଓ ବିଳାସମୟ ଘର ୭୧୭୧ ବର୍ଗ ଫିଟରେ ନିର୍ମାଣ ହୋଇଛି। ବିରୁଷ୍କାଙ୍କ ଫ୍ଲାଟ ଓମକାର ୧୯୭୩ ଆପାର୍ଟମେଣ୍ଟର ୩୫ ତମ ଫ୍ଲୋରରେ ଅଛି।
ଏହି ଘରେ ୪ଟି ବେଡରୁମ ଓ ପ୍ରାଇଭେଟ ଟେରିସ ଅଛି, ଗାର୍ଡେନ ଏରିଆ ଅଛି ଓ ଏକ ଛୋଟ ଜିମ ବି ଅଛି। ଅନୁଷ୍କା କିଛି ଦିନ ପୂର୍ବରୁ ଗାର୍ଡେନର ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ।

କରୱା ଚୌଥ୍ ମଉକାରେ ବିରୁଷ୍କା ନିଜ ଟେରିସରୁ ଏକ ଫଟୋ ସେୟାର କରିଥିଲେ। ବିରାଟଙ୍କ ଘର ବାହାରର ଦୃଶ୍ୟ ମଧ୍ୟ ବହୁତ ସୁନ୍ଦର। ଉଭୟ ବିରାଟ ଓ ଅନୁଷ୍କା ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ଏବଂ ସବୁବେଳେ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରିଥାନ୍ତି।

ଘରେ ଫାଟୋସୁଟ୍ ପାଇଁ ମଧ୍ୟ ଅନୁଷ୍କାଙ୍କର ଏକ ପ୍ରିୟ ଜାଗା ଅଛି। ସେଠାରେ ସେ ପ୍ରିରେଡ କାର୍ପେଟ ଫଟୋ କ୍ଲିକ କରନ୍ତି। ଏହି ବ୍ୟାକଡ୍ରପରେ ଅନୁଷ୍କା ଅନେକ ଫଟୋ ପୋଷ୍ଟ କରିଛନ୍ତି। ବିରାଟ ଅନୁଷ୍କାଙ୍କ ଘରର ବାଲକନି ବି ବହୁତ ସୁନ୍ଦର। ବିରାଟ ଅନୁଷ୍କା ପର୍ବପର୍ବାଣି ଅବସରରେ ଏଠାରେ ଫଟୋ କ୍ଲିକ କରନ୍ତି। ଦୀପାବଳିରେ ଏହି ଷ୍ଟାର ଦମ୍ପତି ବାଲକନିରେ ଫଟୋ କ୍ଲିକ କରିଥିଲେ ଓ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ। ଏହି ଷ୍ଟାର ଦମ୍ପତି ଘରେ ଏକାଠୁ ଫିଲ୍ମ ଓ ୱେବସିରିଜ୍ ମଧ୍ୟ ଦେଖନ୍ତି। କିଛି ଦିନ ପୂର୍ବରୁ ଅନୁଷ୍କା ଟିଭି ଦେଖୁଥିବାର ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ।


Share It

Comments are closed.