ଗଞ୍ଜାମରେ ବାହାଘର ପ୍ରୋସେସନକୁ ନେଇ ତୁମୁଳକାଣ୍ଡ

Share It

ଗଞ୍ଜାମ,୦୭/୦୨: ଗଞ୍ଜାମ ଜିଲ୍ଲାର କୁସୁପୁର ଗାଁରେ ବାହାଘର ପ୍ରୋସେସନକୁ କେନ୍ଦ୍ର କରି ଘଟିଛି ଅଭାବନୀୟ ଘଟଣା। ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଗତକାଲି ରାତିରେ ପ୍ରୋସେସନ ଚାଲିଥିବାବେଳେ କିଛି ଯୁବକ ମଦ୍ୟପାନ କରି ଗାଁର କିଛି ଘର ଉପରେ ଇଟା–ପଥର ଫିଙ୍ଗିଥିବା ଅଭିଯୋଗ ହୋଇଛି।ଘଟଣାକୁ ପ୍ରତିବାଦ କରିବା ପରେ ବାଘଳା ସମିତିସଭ୍ୟ ପ୍ରକାଶ ଚନ୍ଦ୍ର ନାହାକ ଓ ତାଙ୍କ ୩ ସହଯୋଗୀ ରୋହିତ, ପ୍ରମୋଦ ଓ କୃଷ୍ଣଙ୍କୁ ମାତାଲ୍ ଯୁବକମାନେ ଘରେ ପଶି ମରଣାନ୍ତକ ଆକ୍ରମଣ କରିଥିବା ସୂଚନା ମିଳିଛି।ବର୍ତ୍ତମାନ ଆହତ ୪ ଜଣଙ୍କୁ ତୁରନ୍ତ M.K.C.G. ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ନିରୀକ୍ଷଣରେ ରହିଛି।
ଏଥିସହ ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରି ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।


Share It

Comments are closed.