ସିକିଲ ସେଲ ରୋଗୀଙ୍କ ଅତ୍ୟାଧୁନିକ ଚିକିତ୍ସା ପାଇଁ କର୍ମଶାଳା ଆୟୋଜିତ
ଭୁବନେଶ୍ୱର : ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ (ଭିମସାର) ପକ୍ଷରୁ ବ୍ଲଡ୍ ମ୍ୟାନେଜମେଂଟ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର ଟେରୁମୋ ବ୍ଲଡ ଆଣ୍ଡ ସେଲ୍ ଟେକ୍ନୋଲୋଜିସ୍ (ଟିବିସିଟି) ସହ ସହଭାଗିତାରେ ସମ୍ବଲପୁରଠାରେ ଏକ କଂଟିନ୍ୟୁଇଙ୍ଗ ମେଡିକାଲ ଏଜୁକେଶନ (ସିଏମ୍ଇ) ଇଭେଂଟ ଓ ସେନ୍ସିଟାଇଜେଶନ ପ୍ରୋଗ୍ରାମର ଆୟୋଜନ କରାଯାଇଛି । ଏହି ଇଭେଂଟ ସିକିଲ ସେଲ ରୋଗ (ଏସ୍ସିଡି)ର ରୋଗୀଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ଏବଂ ରୋଗୀଙ୍କ ପାଇଁ ସହଜ ଚିକିତ୍ସା ମାର୍ଗ ନିଶ୍ଚିତ କରିବା ପାଇଁ ଉତମ ବ୍ଲଡ ମ୍ୟାନେଜମେଂଟ ଅଭ୍ୟାସଗୁଡିକୁ ଆପଣାଇବାର ଜରୁରୀ ଆବଶ୍ୟକତାକୁ ହାଇଲାଇଟ କରିଛି ।
ଜାତୀୟ ହାର ତୁଳନାରେ ଓଡିଶାରେ ଏସ୍ସିଡିର ଯଥେଷ୍ଟ ଅଧିକ ମାମଲା ଦେଖିବାକୁ ମିଳିଛି । ଓଡିଶାରେ ଆଦିବାସୀ ଜନସଂଖ୍ୟାର ହାରାହାରି ୧୦% ଲୋକଙ୍କଠାରେ ସିକିଲ ସେଲ ଲକ୍ଷଣ ରହିଥିବା ବେଳେ ୧%ରୁ ୧.୫% ଲୋକ ସିକିଲ ସେଲ ରୋଗରେ ପୀଡିତ ଅଛ୍ତି । ରାଜ୍ୟର ଜନସଂଖ୍ୟାରେ ୨୨.୮୪% ଯୋଗଦାନ ଦେଉଥିବା ଅନୁସୂଚିତ ଜନଜାତିର ଲୋକମାନେ ଏହି ବଂଶଗତ ସ୍ଥିତିରେ ଅଧିକ ପ୍ରଭାବିତ ହେଉଛନ୍ତି ।
ଏହି ଇଭେଂଟ ମେଡିକାଲ ପ୍ରଫେସନାଲଙ୍କ ଏକ ବିବିଧ ଗୋଷ୍ଠୀକୁ ଏକତ୍ରିତ କରିଥିଲା ଯେଉଁଥିରେ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ଡିପାର୍ଟମେଂଟ ଅଫ୍ ଟ୍ରାନ୍ସଫ୍ୟୁଜନ ମେଡିସିନର ବରିଷ୍ଠ ପରାମର୍ଶଦାତା ଓ ମୁଖ୍ୟ ଡଃ ମୋହିତ ଚୌଧୁରୀ, ଭୁବନେଶ୍ୱର ସମ୍ ହସ୍ପିଟାଲର ଡିପାର୍ଟମେଂଟ ଅଫ୍ ଟ୍ରାନ୍ସଫ୍ୟୁଜନ ମେଡିସିନର ପ୍ରଫେସର ଓ ମୁଖ୍ୟ ଡଃ ଗିରିଜାନନ୍ଦିନୀ କାନୁନଗୋ ଏବଂ ଭିମ୍ସାରର ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ ।
ଏହି ସଭାକୁ ସମ୍ବୋଧିତ କରି ଭିମ୍ସାର ବୁର୍ଲାର ଟ୍ରାନ୍ସଫ୍ୟୁଜନ ମେଡିସିନ ବିଭାଗର ମୁଖ୍ୟ ଓ ପ୍ରଫେସର ଡଃ ଚିତରଞ୍ଜନ ପ୍ରସାଦ କହିଛନ୍ତି, “ଏହି ସିଏମ୍ଇ ଇଭେଂଟ ସିକିଲ ସେଲ ରୋଗର ଜଟିଳତାକୁ ଅନ୍ୱେଷଣ କରିବା , ଏହା ଆହ୍ୱାନଗୁଡିକର ମୁକାବିଲା କରିବା ଏବଂ ଏହାର ଚିକିତ୍ସା ପାଇଁ ଏକ ଉନ୍ନତ ସମାଧାନ ଭାବେ ଆର୍ବିସି ଏକ୍ସଚେଞ୍ଜ ଓ ଷ୍ଟେମ ସେଲ ଏକ୍ସଟ୍ରାକ୍ସନ ସମ୍ପର୍କରେ ଆଲୋଚନା କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟ୍ଫର୍ମ ଭାବେ କାର୍ଯ୍ୟ କରିଛି । ସେ ଏହି ଅଗ୍ରଗତିଗୁଡିକୁ ଆଗକୁ ବଢାଇବା ଏବଂ ଏସ୍ସିଡି ଚିକିତ୍ସାକୁ ଉନ୍ନତ କରିବା ପାଇଁ ରାଜ୍ୟର ଲକ୍ଷ୍ୟକୁ ସମର୍ଥନ କରିବା କ୍ଷେତ୍ରରେ ଭିମ୍ସାରରେ ସିକିଲ ସେଲ ଇନ୍ଷ୍ଟିଚ୍ୟୁଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଇଭେଂଟ ସମୟରେ ଟେରୁମୋ ବ୍ଲଡ ଆଣ୍ଡ ସେଲ ଟେକ୍ନୋଲୋଜିସ୍ (ଟିବିସିଟି) ଏସ୍ସିଡି ଓ ଓଡିଶାରେ ଏହାର କାର୍ଯ୍ୟ ପ୍ରତି ନିଜର ପ୍ରତିବଦ୍ଧତା ସମ୍ପର୍କରେ ଘୋଷଣା କରିଥିଲା । ଓଡିଶାରେ ପାଇଲଟ ପ୍ରଳ୍ପ ସହିତ ଟିବିସିଟି ଏସ୍ସିଡି ରୋଗୀଙ୍କ ପାଇଁ ରେଡ ବ୍ଲଡ ସେଲ ଏକ୍ସଚେଞ୍ଜକୁ ଅଧିକ ପହଂଚଯୋଗ୍ୟ କରିବ । ରାଜ୍ୟର ଇନ୍ସୁରାନ୍ସ ପ୍ରୋଗ୍ରାମ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)” ଅଧିନରେ କଭର ହେଉଥିବା ଏହି ରେଡ ବ୍ଲଡ ସେଲ ଏକ୍ସଚେଞ୍ଜ ସିକିଲ ସେଲ ରୋଗର ରୋଗୀଙ୍କଠାରେ ଆବଶ୍ୟକ ହୋଇଥାଏ ।
ଏହି ଅବସରରେ ଟିବିସିଟିର ସାଧାରଣ ସମ୍ପାଦକ ଏବଂ ଟେରୁମୋ ପେନପୋଲ ପ୍ରା.ଲିଃର ପରିଚାଳନା ନିର୍ଦ୍ଦେଶକ ଚେତନ ମକାମ କହିଛନ୍ତି, “ଟେରୁମୋରେ ଆମର ଦୃଢ ପ୍ରତିବଦ୍ଧତା ହେଉଛି ଅଭିନବ ସମାଧାନ ମାଧ୍ୟମରେ ରୋଗୀଙ୍କ ଚିକିତ୍ସାକୁ ଅଗ୍ରଗାମୀ କରିବା ଯାହା ଆମେ କରୁଥିବା ସମସ୍ତ କାର୍ଯ୍ୟକୁ ପ୍ରେରିତ କରିଥାଏ । ଏହି ପାଇଲଟ ପ୍ରକଳ୍ପ ହେଉଛି ଉକ୍ତ ପ୍ରତିବଦ୍ଧତାର ଏକ ପ୍ରମାଣ, ଯାହା ଓଡିଶାରେ ଏସ୍ସିଡି ରୋଗୀମାନେ ସମ୍ମୁଖୀନ ହେଉଥିବା ଜଟିଳ ସମସ୍ୟାଗୁଡିକୁ ଏକ ମଜବୁତ ସରକାରୀ-ଘରୋଇ ସହଭାଗିତା ମାଧ୍ୟମରେ ସମାଧାନ କରୁଛି । ପ୍ରାଥମିକ ନିଦାନ, ସମୟରେ ଚିକିତ୍ସା ଓ ଏକ ନିର୍ଭରଯୋଗ୍ୟ ରକ୍ତ ଯୋଗାଣକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ଏସ୍ସିଡିରେ ପୀଡିତ ରୋଗୀଙ୍କ ସମେତ ସମଗ୍ର ପରିବାର ଓ ସମୁଦାୟଗୁଡିକୁ ପରିବର୍ତନଶୀଳ ପ୍ରଭାବ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଛି ।”
ଏହି ପଦକ୍ଷେପ ସିକିଲ ସେଲ ରୋଗ ବିରୋଧରେ ଲଢେଇରେ ଏକ ପ୍ରଭାବୀ ପରିବର୍ତନ ଆଣିବା, ଏହି ଜରୁରୀ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବା ପାଇଁ ଏକ ମିଳିତ ଦୃଷ୍ଟିକୋଣ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହି ସହଭାଗିତା ଏସ୍ସିଡି ଚିକିତ୍ସା ପାଇଁ ଏକ ସ୍ଥାୟୀ ମଡେଲ ସ୍ଥାପନ କରିବା ପାଇଁ ଯୋଜନା ରଖିଛି – ଏଭଳି ଏକ ମଡେଲ ଯାହା ରୋଗୀଙ୍କ ପାଇଁ ଚିକିତ୍ସା ଫଳାଫଳକୁ ଉନ୍ନତ କରିବ, ପରିବାରଗୁଡିକୁ ସହଯୋଗ କରିବ , ସମୁଦାୟଗୁଡିକୁ ମଜବୁତ କରିବ ଏବଂ ଏକ ସୁସ୍ଥ ଓ ଅଧିକ ଶକ୍ତିଶାଳୀ ଓଡିଶା ପାଇଁ ମାର୍ଗ ପ୍ରସ୍ତୁତ କରିବ ।
Comments are closed.