ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟରେ ଆୟୋଜିତ ହେବ “ବିକଶିତ ଭାରତ ୟୁଥ ପାର୍ଲାମେଣ୍ଟ–୨୦୨୬”
୫୦ ବର୍ଷର ଗଣତନ୍ତ୍ର ଉପରେ ଆଧାରିତ ବିଷୟବସ୍ତୁରେ ହେବ ଆଲୋଚନା
ଝାରସୁଗୁଡା: କେନ୍ଦ୍ର ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ସେବା ଯୋଜନା (ଏନଏସଏସ) ଏବଂ ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟ ର ଯୁଗ୍ମ ଆନୁକୂଳ୍ୟରେ ଆସନ୍ତା ଫେବୃଆରୀ ୨୭ ତାରିଖରେ ଝାରସୁଗୁଡା ଜିଲ୍ଲାସ୍ତରୀୟ “ବିକଶିତ ଭାରତ ୟୁଥ ପାର୍ଲାମେଣ୍ଟ–୨୦୨୬” କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଆୟୋଜିତ ହେବ।
ଏ ସମ୍ପର୍କରେ ଆୟୋଜିତ ଏକ ସମ୍ମିଳନୀ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ସ୍ପଷ୍ଟ କରି କହିଥିଲେ ଯେ,
“ବିକଶିତ ଭାରତ ଓ ୫୦ ବର୍ଷର ଗଣତନ୍ତ୍ର” ଭିତ୍ତିକ ବିଷୟବସ୍ତୁ ଉପରେ ପ୍ରତିଯୋଗୀମାନେ ତାଙ୍କର ମତାମତ ଓ ଚିନ୍ତାଧାରା ଉପସ୍ଥାପନ କରିବେ।
ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଏବଂ ସେଠାରୁ ନିର୍ବାଚିତ ପ୍ରତିଭାଗୀମାନେ ଜାତୀୟ ସ୍ତରରେ ପାର୍ଲିଆମେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ପ୍ରତିଯୋଗୀମାନଙ୍କ ପାଇଁ ବୟସ ସୀମା ୧୮ ରୁ ୨୫ ବର୍ଷ ଧାର୍ଯ୍ୟ କରାଯାଇଛି। ପ୍ରତିଯୋଗୀମାନେ ତାଙ୍କର ବକ୍ତବ୍ୟ ଓଡ଼ିଆ, ହିନ୍ଦି କିମ୍ବା ଇଂରାଜୀ ଭାଷାରେ ପ୍ରଦାନ କରିପାରିବେ। ଏଥିରେ ପ୍ରାୟ ୨୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି।
ଏହି ସମ୍ମିଳନୀ ସଭାରେ ଏନଏସଏସ ଜିଲ୍ଲା ସଂଯୋଜକ ଡ. ଲାଲଧାରୀ ସିଂହ, ବରିଷ୍ଠ ପ୍ରାଧ୍ୟାପକ ତପନ ବାରିକ, , ପ୍ରାଧ୍ୟାପିକା ଡ. ସ୍ୱର୍ଣ୍ଣମୟୀ ପୁରୋହିତ, ଡ. ମନୀଷ କୁମାର ଦ୍ୱିବେଦୀ, ପ୍ରଧ୍ୟାପିକା ପୁର୍ଣିମା ଦାଶ ଡ. ସୁଚରିତା ଦାଶ,ଅଧ୍ୟାପକ ସ୍ପାଇକର ଏକ୍କା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।
Comments are closed.