ବିବାହ ପରେ ପ୍ରଥମ ଥର ଏହି ଫିଲ୍ମରେ ଏକାଠି ସ୍କ୍ରିନ ସେୟାର କରିବେ ନ୍ୟୁଲି ୱେଡ ଭିକି କ୍ୟାଟ୍ରିନା


ବଲିଉଡର ଚର୍ଚ୍ଚିତ ଯୋଡି ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍ । ବିବାହ ପର ଠାରୁ ଦୁହେଁ ଖୁବ୍‌ ଚର୍ଚ୍ଚାକୁ ଆସିଛନ୍ତି । ହେଲେ ବର୍ତ୍ତମାନ ଦୁହିଁଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବିବାହ ପରେ ଅଭିନେତା ଭିକି ଓ କ୍ୟାଟ୍ରିନାଙ୍କୁ ପ୍ରଥମ ଥର ପାଇଁ ପରଦାରେ ଏକାଠି କାମ କରୁଥିବାର ଦେଖିବାକୁ ମିଳିବ। ଏହି ଦମ୍ପତି ଏପର୍ଯ୍ୟନ୍ତ ଗୋଟିଏ ବି ଫିଲ୍ମରେ ଏକାଠି କାମ କରି କରିନାହାଁନ୍ତି। କିନ୍ତୁ ବର୍ତ୍ତମାନ ପ୍ରଶଂସକମାନେ ପ୍ରଥମ ଥର ପାଇଁ ପରଦାରେ ସେମାନଙ୍କ ଯୋଡିକୁ ଦେଖିବେ । ନିର୍ଦ୍ଦେଶକ ଫରହାନ୍ ଅଖତରଙ୍କ ଫିଲ୍ମରେ କ୍ୟାଟ୍ରିନା କୈଫକୁ ନେବା ପାଇଁ ଫାଇନାଲ ହୋଇଥିଲା କିନ୍ତୁ ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ ଭିକି କୌଶଲ ଏଥିରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ‘ଜି ଲେ ଜାରା’ ଫିଲ୍ମ ପାଇଁ ଭିକିଙ୍କୁ ସିଲେକ୍ଟ କରାଯାଇଛି । ଯଦି ସେ ଏହି ଫିଲ୍ମ କରିବାକୁ ରାଜି ହୁଅନ୍ତି ତେବେ ଏହା ତାଙ୍କର ପ୍ରଥମ ଫିଲ୍ମ ହେବ । ଯେଉଁଥିରେ ଅନସ୍କ୍ରିନରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ । ହେଲେ ଏବେ ଏହା କରୋନା ଯୋଗୁଁ ସ୍ଥଗିତ ରଖାଯାଇଛି ।

ଅନ୍ୟପଟେ କହିବାକୁ ଗଲେ ଭିକି ଏବଂ କ୍ୟାଟ୍ରିନାଙ୍କ ବିବାହକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଏବେ ସେମାନଙ୍କ ବିବାହ ପରେ ବର୍ତ୍ତମାନ ପ୍ରଶଂସକମାନେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ଦେଖିବାକୁ ଚାହୁଁଛନ୍ତି।


Share It

Comments are closed.