ଚାଲିଛି ଉପରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ, ଭାରତର ଉପରାଷ୍ଟ୍ରପତିଙ୍କର କ’ଣ ଶକ୍ତି ଏବଂ ଅଧିକାର, ଜାଣନ୍ତୁ

Share It

ଦେଶରେ ଆଜି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଜାରି ରହିଛି । ବିଜେପି ନେତୃତ୍ୱାଧିନ ଏନଡିଏ ମହାମେଣ୍ଟ , ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣାଙ୍କୁ ନିଜର ପ୍ରାର୍ଥୀ ଭାବେ ଠିଆ କରିଥିବାବେଳେ ସେପଟେ ବିପକ୍ଷ ଦଳ ସୁପ୍ରିମକୋର୍ଟର ପୂର୍ବତ୍ତନ ନ୍ୟାୟ ମୂର୍ତ୍ତି ଶ୍ରୀ ସୁଦର୍ଶନ ରେଡ୍ଡୀଙ୍କୁ ପ୍ରାର୍ଥୀ ଭାବେ ଠିଆ କରାଇଛି । ଏହି ମଧ୍ୟରେ ଭାରତର ଉପରାଷ୍ଟ୍ରପତିଙ୍କ ପାଖରେ କେଉଁ କେଉଁ ଶକ୍ତି ଏବଂ ଅଧିକାର ରହିଛି ଓ ଏହା ରାଷ୍ଟ୍ରପତିଙ୍କ ଠାରୁ କେତେ ଅଲଗା ତାହା ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ।
ଉପରାଷ୍ଟ୍ରପତି ରାଜ୍ୟସଭାର ସଭାପତି ଭାବେ କାର୍ଯ୍ୟ କରନ୍ତି । ଏହା ଜାଣିବା ଜରୁରୀ ଯେ, ଉପରାଷ୍ଟ୍ରପତିଙ୍କ କାମ ଓ ଶକ୍ତି ଲୋକସଭା ଅଧ୍ୟକ୍ଷଙ୍କ ସମାନ ଅଟେ । ଯଦି କୌଣସି ଜରୁରୀ ପରିସ୍ଥିତିରେ ରାଷ୍ଟ୍ରପତି ନିଜ କାର୍ଯ୍ୟ କରିବାରେ ଅସମର୍ଥ ହୋଇ ପଡନ୍ତି କିମ୍ବା ରାଷ୍ଟ୍ରପତି ପଦବୀ ଖାଲି ରହିଥାଏ ତେବେ ସେ ରାଷ୍ଟ୍ରପତିଙ୍କ ପରି କାମ କରନ୍ତି ।
ଉପରାଷ୍ଟ୍ରପତି ପଦବୀ ଏଥି ପାଇଁ ସୃଷ୍ଟି ହୋଇଛି ଯେପରି ଭାରତର ରାଜ୍ୟମାନଙ୍କରେ ନିରନ୍ତରତା ବଜାୟ ରଖାଯାଇ ପାରେ । ପ୍ରକାଶ ଥାଉକି ଆଗାମୀ ନୂଆ ରାଷ୍ଟ୍ରପତି ନିର୍ବାଚିତ ନହେବା ପର୍ଯ୍ୟନ୍ତ ସେ ୬ ମାସ ପାଇଁ ଦାୟିତ୍ୱରେ ଥାନ୍ତି । ରାଜ୍ୟସଭାର ଅଧ୍ୟକ୍ଷ ଭାବେ ଉପରାଷ୍ଟ୍ରପତି ଅଧିବେଶନରେ ଶୃଙ୍ଖଳା ବଜାୟୀ ରଖିବା ପାଇଁ ଦାୟୀ ରୁହନ୍ତି । ଆଲୋଚନାକୁ ନିୟନ୍ତ୍ରଣ କରିବା ସହିତ ନିୟମ ପାଳନକୁ ସୁନିଶ୍ଚିତ କରିବା ମଧ୍ୟ ଉପରାଷ୍ଟ୍ରପତିଙ୍କ ଗୁରୁ ଦାୟିତ୍ୱ ଅଟେ ।
ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କ ପଦ ମଧ୍ୟରେ ଅନେକ ତପାଥ ରହିଛି ଯଦି ରାଷ୍ଟ୍ରପତି ପଦବୀ କୌଣସି କାରଣ ପାଇଁ ଖାଲି ରହିଥାଏ ତେବେ ଉପରାଷ୍ଟ୍ରପତି ୬ ମାସ ପାଇଁ ରାଷ୍ଟ୍ରପତି ଦାୟିତ୍ୱ ନିର୍ବାହ କରନ୍ତି କିନ୍ତୁ ସେ ସମୟ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନିବାର୍ଯ୍ୟ ଅଟେ ।
ପ୍ରକାଶ ଥାଉକି, ଯଦି କୌଣସି ପ୍ରସ୍ତାବ କିମ୍ବା ବିଧେୟକ ଅସାମ୍ବିଧାନିକ ତେବେ ଉପରାଷ୍ଟ୍ରପତିଙ୍କ ପାଖରେ ତାକୁ ଅଟକାଇବାର ଶକ୍ତି ରହିଛି । କୁହାଯିବ ଯଦି ଉପରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତିଙ୍କ ଭଳି ପ୍ରକ୍ରିôୟା ଆପଣାଇ ତାଙ୍କୁ ପଦରୁ ହଟାଯାଇ ପାରିବ । ଏହି ପ୍ରକ୍ରିୟାକୁ ପାଳନ କରିବା ପାଇଁ ରାଜ୍ୟସଭା ସହିତ ଲୋକସଭାରେ ମଧ୍ୟ ଦୁଇ ତୃତୀୟାଂଶ ବହୁମତ ଆବଶ୍ୟକ ।


Share It

Comments are closed.