କରୋନାରେ ଆକ୍ରାନ୍ତ ହେଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ


ଦେଶର ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କୁ କରୋନା । ସେ କରୋନା ପଜିଟିଭ୍‌ ଥିବା ରିପୋର୍ଟ ଆସିଛି । ମଙ୍ଗଳବାର ସକାଳେ ପରୀକ୍ଷଣ ପାଇଁ ତାଙ୍କର ସ୍ଵାବ ପଠାଯାଇଥିଲା।

କୌଣସି କରୋନା ଲକ୍ଷଣ ନଥିବା ଭେଙ୍କେୟା ନାଇଡୁଙ୍କୁ ଡାକ୍ତର ହୋମ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ପତ୍ନୀ ଉଷା ନାଇଡୁଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ସେ ସେଲ୍‌ଫ ଆଇସୋଲେସନରେ ଅଛନ୍ତି। ଉପରାଷ୍ଟ୍ରପତି ପଜିଟିଭ୍ ଥିବା ନିଜ ଟ୍ୱିଟ୍‌ରେ ସମସ୍ତଙ୍କୁ ଜଣାଇଛନ୍ତି ।


Share It

Comments are closed.