ନୋବେଲ ଶାନ୍ତି ପୁରଷ୍କାର ପାଇଁ ମନୋନୀତ ହେଲେ ମାରିଆ କୋରିନା
ନରୱେଜିଆନ୍ ନୋବେଲ୍ କମିଟି ଭେନେଜୁଏଲାରେ ଗଣତନ୍ତ୍ର ଓ ସ୍ୱାଧୀନତା ପାଇଁ ଲଢ଼ୁଥିବା ମାରିଆ କୋରିନା ମାଚାଡୋଙ୍କ ଅଦମ୍ୟ ସଂଘର୍ଷକୁ ସ୍ୱୀକୃତି ଦେଇ 2025 ନୋବେଲ୍ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ଏକଛତ୍ରବାଦୀ ଶାସନ ବ୍ୟବସ୍ଥାରୁ ଗଣତନ୍ତ୍ର ଦିଗରେ ନ୍ୟାୟପୂର୍ଣ୍ଣ ଓ ଶାନ୍ତିପୂର୍ଣ୍ଣ ଅଗ୍ରଗତି ଲାଗି ତାଙ୍କ ଅଭିଯାନ ଏକ ଦୃଢ଼ ଦୃଷ୍ଟାନ୍ତ ହିସାବରେ ଦେଖାଯାଇଛି।
ଗତ ବର୍ଷ ମାଚାଡୋଙ୍କୁ ଜୀବନ ଜଟିଳ ଅବସ୍ଥା ମଧ୍ୟରେ ଲୁଚି ରହିବାକୁ ବାଧ୍ୟ କରାଯାଇଥିଲା, ତଥାପି ସେ ଦେଶ ଛାଡ଼ିନାହାନ୍ତି। ତାଙ୍କ ଏହି ନିଷ୍ଠା ଲକ୍ଷ ଲକ୍ଷ ଭେନେଜୁଏଲାବାସୀଙ୍କୁ ଆଶା ଓ ପ୍ରେରଣା ଦେଇଛି।
ଏହି ପୁରସ୍କାର ଏହି ଉଦ୍ଦିଷ୍ଟକୁ ଉଦ୍ଘାଟିତ କରେ ଯେ, ଯେତେବେଳେ ଅନ୍ୟାୟ ଶକ୍ତି କ୍ଷମତା ଦଖଲ କରେ, ସେତେବେଳେ ଗଣତନ୍ତ୍ର ରକ୍ଷା ପାଇଁ ନିଷ୍ଠାବାନ ଓ ସାହସୀ ମଣିଷମାନେ ଆଗକୁ ଆସିଥାନ୍ତି। ଏମାନେ ନୀରବ ରହିବାକୁ ମନା କରନ୍ତି, ବିପଦ ସତ୍ତ୍ୱେ ମଧ୍ୟ ନ୍ୟାୟ ପାଇଁ ଲଢ଼ନ୍ତି, ଏବଂ ଆମକୁ ମନେ ପକାଇ ଦିଅନ୍ତି ଯେ ସ୍ୱାଧୀନତା ଏକ ମୂଲ୍ୟବାନ ଅଧିକାର, ଯାହାକୁ ସଦା ସାହସ, ଶବ୍ଦ ଓ ଦୃଢ଼ ନିଷ୍ପତ୍ତି ସହିତ ରକ୍ଷା କରିବା ଦରକାର
Comments are closed.