ଆଲୁମିନିୟମ ଉପତ୍ାଦନକାରୀ ସଂସ୍ଥା ବେଦାନ୍ତ ଏହାର ସିଏସଆର କାର୍ଯ୍ୟକ୍ରମ ଅଧିନରେ ପ୍ରକଳ୍ପ ବିଦ୍ୟା ଏବଂ ପ୍ରକଳ୍ପ ନିର୍ମଳ କାର୍ଯ୍ୟକାରୀ କରୁଛି। ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ପାର୍ଶ୍ୱବର୍ତ୍ତୀ ହେମଗିରି ଓ କୁରାଲୋଇ ଅଞ୍ଚଳରେ ଉଭୟ ପ୍ରକଳ୍ପ ପ୍ରାୟ ୩୦ ହଜାର ଲୋକଙ୍କୁ ଉପକୃତ କରୁଛି। ହେମଗିରି ମୁନ୍ଧରଖେତ ଅଞ୍ଚଳରେ ଉଦଘାଟନୀ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଉପଜିଲାପାଳ ଦାଶରଥି ସରାବୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଏବିଡିଓ ଜିତେନ୍ଦ୍ର ମୁଣ୍ଡା, ଏବିଇଓ କପିଳଚନ୍ଦ୍ର ଦାସ, ମୁନ୍ଧରକେଥ ସରପଞ୍ଚ ସନ୍ନ୍ୟାସୀ ବାଗ, ଗର୍ଜାନଜୋର ସରପଞ୍ଚ ସୁନନ୍ଦା କାଲୋ ଏବଂ ଚକ୍ର କ୍ଲଷ୍ଟର ସିଆସିସି ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ସୂଚନା ଦେଇଥିଲେ। ଏ ଅବସରରେ ବେଦାନ୍ତ କୋଲ ମାଇନସ୍ ସିଇଓ ଡାଭିଡ୍ ଷ୍ଟୋନ୍ କହିଛନ୍ତି ବେଦାନ୍ତ ସବୁବେଳ ଗୁଣାମତ୍କ ଶିକ୍ଷା ଓ ଉତ୍ତମ ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଥାଏ। ତେଣୁ ପ୍ରକଳ୍ପ ବିଦ୍ୟା ଅଧିନରେ ଶିକ୍ଷାକୁ ପ୍ରୋସତ୍ାହିତ କରାଯାଉଥିବାବେଳେ ପ୍ରକଳ୍ପ ନିର୍ମଳ ଅଧିନରେ ସ୍ବଚ୍ଛ ଜଳ ଯୋଗାଣ ଉପରେ ଗୁରୁତ୍ୱ ଦେଉଛି। ପ୍ରକଳ୍ପ ବିଦ୍ୟା ଅଧିନରେ ଯେଉଁ ସରକାରୀ ସ୍କୁଲରେ ଶିକ୍ଷକ ଅଭାବ ରହିଛି ଉକ୍ତ ସ୍କୁଲରେ ଶିକ୍ଷକ ନିଯୁକ୍ତ କରୁଛି। ଏହି ବର୍ତ୍ତମାନ ପର୍ଯ୍ୟନ୍ତ ୨୨ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ସେହିପରି ପ୍ରକଳ୍ପ ନିର୍ମଳ ଅଧିନରେ ଆଖପାଖର ୧୨ ଗାଁକୁ ୧୧ଟି ସୌରଚାଳିତ ବୋରଓ୍ବେଲ, ୫୦ ବାୟୋ ଟଏଲେଟ୍ ଏବଂ ୨୦ଟି ଓ୍ବାଟର ପ୍ୟୁରିଫାୟାର ଯୋଗାଇଦିଆଯାଇଛି।
Comments are closed.