ଘର ପାଖରେ ଏହି ସମସ୍ତ ଜିନିଷ ରହିବା ନୁହେଁ ଶୁଭଙ୍କର, ଜାଣନ୍ତୁ କ’ଣ ସେହି ସେବୁ

Share It

ଘରର ପରିବେଶ, ସଦସ୍ୟଙ୍କ ଖୁସି ଓ ଉନ୍ନତି କେବଳ ଘର ଭିତରେ ଥିବା ବସ୍ତୁ ଉପରେ ନିର୍ଭର କରେନି। ଘର ବାହାରେ ଓ ଆଖପାଖରେ ଥିବା ଜିନିଷ ମଧ୍ୟ ଘର ଉପରେ ପ୍ରଭାବ ପକାଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ, ଘର ଆଗରେ ୫୦ ମିଟର ଦୂର ପର୍ଯ୍ୟନ୍ତ ଏଭଳି କିଛି ଜିନିଷ ବିଷୟରେ କୁହାଯାଇଛି, ଯାହା ଘର ପାଇଁ ଖୁବ୍ ଅଶୁଭ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଜିନିଷ ଘର ପାଖରେ ରହିବା ଠିକ୍ ନୁହେଁ, ଯାହାଦ୍ୱାରା ଆପଣଙ୍କର ଉନ୍ନତି ହୋଇପାରୁନି।

-ଘର ପାଖରେ ମଦ ଦୋକାନ, ହୁକ୍କାବାର କିମ୍ବା ଜୁଆଘର ଥିଲେ ଉନ୍ନତିରେ ବାଧକ ହୋଇଥାଏ। ଏଭଳି ସ୍ଥାନରେ ଅପରାଧିକ –ତାମସିକ ପ୍ରବୃତ୍ତୀର ଲୋକ ରୁହନ୍ତି। ଯଦି ଘର ପାଖରେ ଏସବୁ ଅଛି ତେକେ ନକାରତ୍ମକପ୍ରଭାବ ପକାଇପାରେ।
– ଯଦି ଆପଣ ମାଂସାହାରୀ ତଥାପି ମଧ୍ୟ ଆପଣଙ୍କୁ ମାଂସ ଦୋକାନ ପାଖରେ ରହିବ ଭଲ ନୁହେଁ। ଏହା ପୁରା ପରିବାର ଉପରେ ଖରାପ ପ୍ରଭାବ ପକାଇଥାଏ।

– ଘର ପାଖରେ ଗ୍ୟାରେଜ୍, ଫ୍ୟାକ୍ଟ୍ରି, କୌଣସି କାରଖାନା କିମ୍ବା ଏଭଳି ସେଟ୍‌ଅପ୍, ଯାହାଦ୍ୱାରା ଅଧିକ ଶବ୍ଦ ଆସେ ସେଠାରେ କେବେ ଘର ନିଅନ୍ତୁ ନାହିଁ।

-ଯେଉଁ ସ୍ଥାନରେ ଡ୍ୟାନ୍ସ, ମ୍ୟୁଜିକ୍ ଶିଖାଯାଏ ତା ପାଖରେ ବି ଘର ନେବା ଉଚିତ୍ ନୁହେଁ। ଦିନ ରାତି ଅଧିକ ଶବ୍ଦ ଯୋଗୁଁ ଘରର ବୟସ୍କ ଲୋକ କିମ୍ବା ସଦସ୍ୟମାନେ ସମସ୍ୟାରେ ପଡି ପାରନ୍ତି।
-କେବେ ଏଭଳି ଘର ନିଅନ୍ତୁ ନାହିଁ, ଯାହାର ଠିକ୍ ଆଗରେ ଇଲେକ୍ଟ୍ରିକ ଖୁଣ୍ଟ କିମ୍ବା ଗଛ ରହିଛି। ଏହା ଘର ଲୋକଙ୍କ ଉନ୍ନତିରେ ବାଦ୍ଧକ ହୋଇପାରେ। ଘର ସାମନାରେ କଣ୍ଟାଳିଆ ଗଛ ରହିବା ଅଶୁଭ ହୋଇଥାଏ। ଏହା ଦ୍ୱାରା ଘର ଭିତରେ ଝଗଡା ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ, ମନ୍ଦିରର ଛାୟା ଯେତେଦୂର ପର୍ଯ୍ୟନ୍ତ ଯାଇଥାଏ, ସେହି ସୀମା ଭିତରେ କେବେ ବି ଘର ନେବା ଉଚିତ୍ ନୁହେଁ।


Share It

Comments are closed.