ହୋଲିରେ ଆପଣାନ୍ତୁ ଏହି ୫ ବାସ୍ତୁ ଟିପ୍ସ, ରଙ୍ଗ ସହିତ ବର୍ଷା ହେବ ଧନ

Share It

ଚଳିତ ବର୍ଷ ମାର୍ଚ୍ଚ ୧୮ ତାରିଖ ଶୁକ୍ରବାର ଦିନ ପଡୁଛି ହୋଲି । ଏହି ଦିନ ପାଳନ କରାଯିବ ରଙ୍ଗର ପର୍ବ । ଏହିଦିନ ଲୋକମାନେ ବନ୍ଧୁ, ପରିଜନ ଆଦିଙ୍କୁ ରଙ୍ଗ ଲଗାଇ ହୋଲିର ଶୁଭେଚ୍ଛା ଜଣାନ୍ତି । ଖୁବ୍ ଧୁମଧାମରେ ପାଳନ କରାଯାଏ ରଙ୍ଗର ପର୍ବ । ତେବେ ଜ୍ୟୋତିଷଙ୍କ କହିବାନୁସାରେ ହୋଲି ଦିନ କିଛି ସହଜ ବାସ୍ତୁ ଉପାୟ ଆପଣାଇବା ଦ୍ୱାରା ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭରିଯିବ । ତେବେ ଚାଲନ୍ତୁ ଜାଣିବା …

୧. ହୋଲି ଦିନ ଘରେ ଭଗବାନ ଶୀକୃଷ୍ଣ ଓ ରାଧାଙ୍କ ଫଟୋ ଘରକୁ ଆଣିବା ଦ୍ୱାରା ଖୁବ୍ ଶୁଭ ହୋଇଥାଏ । ଏହାକୁ ଆପଣ ବାସ୍ତୁ ହିସାବରେ ଘରେ ଲଗାନ୍ତୁ ।
୨. କୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ ଘର କିମ୍ବା କାର୍ଯ୍ୟସ୍ଥଳରେ ପୁର୍ବ ଦିଗରେ ଉଦୟ ହେଉଥିବା ସୂର୍ଯ୍ୟଙ୍କ ଫଟୋ ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ଉଦୟ ହେବ ଏବଂ ସବୁ ସମସ୍ୟା ଦୂର ହେବ ।

୩. ହୋଲିର ଶୁଭ ଅବସରରେ ଆପଣ ଘର କିମ୍ବା ବେଡରୁମରେ ଗଛ ଆଣି ରଖିବା ଦ୍ୱାରା ଘରୁ ଗ୍ରହ ଦୋଷ ଦୂର ହେବ । ଆପଣ ତୁଳସୀ କିମ୍ବା ମନିପ୍ଲାଣ୍ଟ୍ ଅବା କୌଣସି ଇନଡୋର୍ ପ୍ଲାଣ୍ଟ୍ ଆଣି ଘରେ ଲଗାଇପାରିବେ ।

୪. ଘରର ଶୀର୍ଷରେ ଲଗାଯାଇଥିବା ପତାକାକୁ ବଦଳାଇବାର ସବୁଠୁ ଶୁଭ ଅବସର ହେଉଛି ହୋଲି । ଘରେ ଲାଗିଥିବା ପତାକା ଘରକୁ ମାନ-ସମ୍ମାନ, ସୁଖ-ସମୃଦ୍ଧି ଆଣିଥାଏ ।

୫. ହୋଲି ପର୍ବରେ ଗଣେଷଙ୍କ ପୁଜା କରିବା ଦ୍ୱାରା ପରିବାରକୁ ସୁଖ-ସମୃଦ୍ଧି ଆସିଥାଏ । ପରିବାର ସଦସ୍ୟଙ୍କ ଭାଗ୍ୟ ମଧ୍ୟ ବଦଳିଥାଏ ।


Share It

Comments are closed.