ଏହି ଅଭ୍ୟାସରୁ ଦୂରେଇ ରୁହନ୍ତୁ, ନଚେତ ଆସିପାରେ ଦାରିଦ୍ରତା

Share It

ବାସ୍ତୁ ଶାସ୍ତ୍ରରେ ଦିଗର ମହତ୍ତ୍ୱ ସହ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନ ସହ ଅନେକ ଉପାୟ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଯାହା ଜୀବନରେ ଥିବା ଅନେକ ସମସ୍ୟାକୁ ଦୂର କରିଥାଏ। ସେଭଳି ଅନେକ ସମୟରେ ଦେଖାଯାଏ ଲୋକେ ପରସ୍ପର ଠାରୁ କିଛି ଜିନିଷ ଆଣି ଥାଆନ୍ତି ଓ ଦେଇଥାଆନ୍ତି ମଧ୍ୟ। ବାସ୍ତୁ ଶାସ୍ତ୍ର ନିୟମ ଅନୁଯାୟୀ, ଏଭଳି କେତେକ ଜିନିଷ ରହିଛି, ଯାହା ଅନ୍ୟ ଠାରୁ ମାଗି କରି ଆଣିବା ଉଚିତ ନୁହେଁ କିମ୍ବା ଦେବା ମଧ୍ୟ ଉଚିତ ନୁହେଁ। ଏହାକୁ ଅଶୁଭ କୁହାଯାଏ। ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ବାସ୍ତୁ ଅନୁଯାୟୀ ଏହି ଜିନିଷର ଆଦାନ ପ୍ରଦାନ କରିବା ଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ..

ବିଶେଷ କରି ଦେଖାଯାଏ, ମହିଳା କିମ୍ବା ଯୁବତୀମାନେ କୌଣସି ପୂଜାପର୍ବ, ବିବାହ, ଉତ୍ସବ, ପୂଜାପାଠ, ଧାର୍ମିକ ଆଦି ଆୟୋଜନ ସମୟରେ ପୋଷାକ ସହ ମେଳ ଖାଉଥିବା ବିଭିନ୍ନ ଅଳଙ୍କାର ପିିନ୍ଧିବାକୁ ପସନ୍ଦ କରିଥାଆନ୍ତି। ଅନେକ ସମୟରେ ଅନ୍ୟ ଠାରୁ ମାଗି କରି ଆଣନ୍ତି। କିମ୍ବା ଅନ୍ୟକୁ ଦେଇ ମଧ୍ୟ ଥାଆନ୍ତି। ମାତ୍ର ଏଭଳି କରିବା ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ଗ୍ରହଙ୍କ କୁପ୍ରଭାବ ପଡିଥାଏ। ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡିଥାଏ।

ପୁସ୍ତକ ଓ କଲମ ଦ୍ୱାରା ବିଦ୍ୟା ପ୍ରାପ୍ତ ହୋଇଥାଏ। ବାସ୍ତୁ ଅନୁଯାୟୀ, ପୁସ୍ତକକୁ ମାଗି କରି ଆଣି ପଢି ଫେରାଇବା ଆଦି କରନ୍ତୁ ନାହିଁ। କିମ୍ବା ଅନ୍ୟକୁ ଦେବା ମଧ୍ୟ ଉଚିତ ନୁହେଁ। ଏହାଦ୍ୱାରା ଜ୍ଞାନ ସଠିକ୍‌‌ ଭାବେ ପ୍ରାପ୍ତି ହୋଇ ପାରି ନଥାଏ। ବାସ୍ତୁ ଅନୁଯାୟୀ, ଜୋତା-ଚପଲ ମଧ୍ୟ ଆଦାନ ପ୍ରଦାନ କରିବା ଉଚିତ ନୁହେଁ। କଦାପି ଅନ୍ୟ କାହାର ଜୋତା ଚପଲ ବ୍ୟବହାର କରିବା ଉଚିତ ନୁହେଁ କିମ୍ବା ଅନ୍ୟକୁ ବ୍ୟବହାର ପାଇଁ ଦେବା ମଧ୍ୟ ଉଚିତ ନୁହେଁ। ଯେଉଁମାନେ ଜୋତା-ଚପଲ ଆଦି ଆଦାନ ପ୍ରଦାନ କରିଥାଆନ୍ତି, ସେମାନଙ୍କ ଜୀବନରେ ଦାରିଦ୍ର୍ୟତା ତଥା ଆର୍ଥିକ କ୍ଷେତ୍ରରେ ଅଭାବ ଲାଗି ରହେ। ଟଙ୍କାର ଅଭାବ ହୋଇଥାଏ। ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

ଅନେକ ସମୟରେ ଦେଖାଯାଏ ଅଧିକାଂଶ ଲୋକେ ଅନ୍ୟ ପାନିଆ ବ୍ୟବହାର କରିଥାଆନ୍ତି। ଏହି ଅଭ୍ୟାସ କାରଣରୁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବା ସହ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ଭାଗ୍ୟରେ ମଧ୍ୟ କୁପ୍ରଭାବ ପଡିଥାଏ।

ବାସ୍ତୁ ଅନୁଯାୟୀ, ସୂର୍ଯ୍ୟୋସ୍ତ ପରେ କଦାପି ଲୁଣ ମାଗି କରି ଆଣନ୍ତୁ ନାହିଁ। କିମ୍ବା ଦିଅନ୍ତୁ ନାହିଁ। ଏହାଦ୍ୱାରା ଘରୁ ସୁଖସମୃଦ୍ଧି ଦୂରେଇ ଯାଏ।


Share It

Comments are closed.