ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ସୃଷ୍ଟି ହେଲା ୨୫୦୦ ଗୃହରକ୍ଷୀ ପଦବୀ

Share It

ରାଜ୍ୟରେ ସୃଷ୍ଟି ହୋଇଛି ୨୫୦୦ ଗୃହରକ୍ଷୀ ପଦବୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭,୬୭୫ ଅଛି। ୨୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା ୨୦,୧୭୫ ହେଲା । 

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ । ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨,୦୦୦ ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି ।


Share It

Comments are closed.