ଉତ୍କଳ ହସ୍ପିଟାଲ ପକ୍ଷରୁ ‘ଟୁ ମିନିଟ ଆକ୍ସନ ଫର ଓରାଲ କ୍ୟାନସର ପ୍ରୋଟେକ୍ସନ’ କ୍ୟାମ୍ପେନର ଶୁଭାରମ୍ଭ
ଭୁବନେଶ୍ୱର : ଉତ୍କଳ ହସ୍ପିଟାଲ ପକ୍ଷରୁ ମର୍କ ସ୍ପେଶିଆଲିଟିଜ୍ ପ୍ରାଇଭେଟ ଲିମିଟେଡ ସହ ସହଭାଗିତାରେ ବିଶ୍ୱ ତମ୍ବାଖୁ ନିଷେଧ ଦିବସ ଅବସରରେ ହାସଟ୍ୟାଗ ଆକ୍ଟଏଗେନ୍ଷ୍ଟଓରାଲକ୍ୟାନସର ସହିତ “ଟୁ-ମିନିଟ ଆକ୍ସନ ଫର୍ ଓରାଲ କ୍ୟାନ୍ସର ପ୍ରୋଟେକ୍ସନ” କ୍ୟାମ୍ପେନର ଶୁଭାରମ୍ଭ କରାଯାଇଛି । ଏହି ଜାତୀୟସ୍ତରୀୟ ପ୍ରୟାସ ଲୋକମାନଙ୍କୁ ଦର୍ପଣର ବ୍ୟବହାର କରି ନିଜ ପାଟିର ଏକ ସ୍ୱ-ପରୀକ୍ଷଣ କରିବା ପାଇଁ ପ୍ରୋତ୍ସାହିତ କରି ଚିନ୍ତାଜନକ ଭାବେ ବୃଦ୍ଧି ପାଉଥିବା ମୁଖ କର୍କଟ ମାମଲାର ମୁକାବିଲା କରିବାକୁ ଲକ୍ଷ୍ୟ ରଖିଛି । ଏହି କ୍ୟାମ୍ପେନ ମାଧ୍ୟମରେ ବିଶେଷଜ୍ଞମାନେ ଲୋକମାନଙ୍କୁ ପାଟିରେ ଧଳା କିମ୍ବା ଲାଲ ଦାଗ, ଶୁଖୁ ନଥିବା ଅଲ୍ସର କିମ୍ବା ଅସ୍ପଷ୍ଟ ରକ୍ତସ୍ରାବ, ଲଗାତାର ଫୁଲା କିମ୍ବା ସ୍ୱର ପରିବର୍ତନ ଭଳି ଚେତାବନୀପୂର୍ଣ୍ଣ ସଙ୍କେତଗୁଡିକୁ ଯାଂଚ କରିବାକୁ ଅନୁରୋଧ କରିଛନ୍ତି । ଏହି ପଦକ୍ଷେପ ମାଧ୍ୟମରେ ହସ୍ପିଟାଲ ଯାଉଥିବା ରୋଗୀମାନେ ଏହି ସ୍ୱ-ପରୀକ୍ଷଣ କରିପାରିବେ ଯେଉଁଠାରେ ଦର୍ପଣଗୁଡିକୁ ହସ୍ପିଟାଲର ଅପେକ୍ଷା ସ୍ଥାନରେ ଚିନ୍ତାଶୀଳ ଭାବେ ସ୍ଥାପନ କରାଯାଇଛି ।
ଏହି କ୍ୟାମ୍ପେନର ଶୁଭାରମ୍ଭ ଅବସରରେ ରେଡିଏଶନ ଅଙ୍କୋଲୋଜି ବିଭାଗର ଡାଇରେକ୍ଟର ଓ ସିନିୟର କନ୍ସଲ୍ଟାଂଟ ଡା. ସଞ୍ଜୀବ କୁମାର ମିଶ୍ର, ମେଡିକାଲ ଅଙ୍କୋଲୋଜି ଆଣ୍ଡ ବିଏମ୍ଟିର କନ୍ସଲ୍ଟାଂଟ ଡା. ଚିନ୍ମୟ କୁମାର ପାଣି, ରେଡିଏଶନ ଅଙ୍କୋଲୋଜି- ଡାଇରେକ୍ଟର ଓ ସିନିୟର କନ୍ସଲଟାଂଟ ଡଃା. ସଞ୍ଜୟ କୁମାର ମିଶ୍ର ଏବଂ ମେଡିକାଲ ଷ୍ଟାଫମାନେ ଉପସ୍ଥିତ ଥିଲେ ।
ଉତ୍କଳ ହସ୍ପିଟାଲର ରେଡିଏଶନ ଅଙ୍କୋଲୋଜି ବିଭାଗର ନିର୍ଦ୍ଦେଶକ ଓ ସିନିୟର କନ୍ସଲ୍ଟାଂଟ ଡା. ସଞ୍ଜୀବ କୁମାର ମିଶ୍ର କହିଛନ୍ତି, “ ଦେଶରେ ମୁଖ କର୍କଟ ରୋଗ ବୃଦ୍ଧି ପାଇବା ସହିତ ଶୀଘ୍ର ରୋଗ ନିର୍ଣ୍ଣୟ ଗୁରୁତ୍ୱପୂର୍ଣ୍ଣ ଅଟେ । ଓରାଲ ଭିଜୁଆଲ ଇନ୍ସପେକ୍ସନ (ଓଭିଆଇ), ମୁଖର ସ୍ୱ-ପରୀକ୍ଷଣ, ବାୟୋସ୍ପି ଓ ହିଷ୍ଟୋ-ପାଥୋଲୋଜିକାଲ ପରୀକ୍ଷା ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ଚିହ୍ନଟକୁ ସକ୍ଷମ କରିଥାଏ, ଯାହାଫଳରେ ସଠିକ ସମୟରେ ଚିକିତ୍ସା କରାଯାଇପାରିଥାଏ । ଚିକିତ୍ସା ପ୍ରକ୍ରିୟାରେ ପ୍ରାରମ୍ଭିକ ପାଲିଏଟିଭ କେୟାରକୁ ଅନ୍ତର୍ଭୁକ୍ତ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ରୋଗୀଙ୍କ ଜୀବନର ମାନକୁ ଉନ୍ନତ କରିବା ପାଇଁ ମୁଖ କର୍କଟ ରୋଗ ପାଇଁ ପାଲିଏଟିଭ କେୟାରରେ ପେନ୍ ମ୍ୟାନେଜମେଂଟ, ନ୍ୟୁଟ୍ରିସ୍ନାଲ ସପୋର୍ଟ, ଇମୋସ୍ନାଲ କାଉନ୍ସଲିଙ୍ଗ ଏବଂ କଥା କହିବା ଓ ଢୋକିବାରେ ସହଯୋଗ ଆଦି ସାମିଲ ରହିଛି । ପ୍ରାରମ୍ଭିକ ପାଲିଏଟିଭ କେୟାର କେବଳ ଯନ୍ତ୍ରଣା ଦୂର କରିନାଏ ବରଂ ରୋଗୀଙ୍କ ଜୀବନର ସାମଗ୍ରିକ ମାନକୁ ଉନ୍ନତ କରିଥାଏ, ଯାହା ରୋଗ ଦୂର କରିବା ଯାତ୍ରାରେ ସୂଚିତ ନିଷ୍ପତି ନେବାରେ ସାହାଯ୍ୟ କରିଥାଏ । ରୋଗୀ ଓ ସେମାନଙ୍କ ପରିବାରଗୁଡିକ ପାଇଁ ସାମଗ୍ରିକ ସହଯୋଗ ସୁନିଶ୍ଚିତ କରିବା ପାଇଁ ପାଲିଏଟିଭ ସେବାଗୁଡିକର ସଚେତନତା ଓ ସୁଗମତା ରହିଥିବା ଉଚିତ ।”
ଏସମ୍ପର୍କରେ ଉତ୍କଳ ହସ୍ପିଟାଲର ମେଡିକାଲ ଅଙ୍କୋଲୋଜି ବିଭାଗର କନ୍ସଲ୍ଟାଂଟ ଡା. ଚିନ୍ମୟ କୁମାର ପାଣି କହିଛନ୍ତି, “ଏହି କ୍ୟାମ୍ପେନ ଲୋକମାନଙ୍କୁ ପ୍ରତି ମାସରେ ଦୁଇ ମିନିଟର ଏକ ସରଳ ସ୍ୱ-ପରୀକ୍ଷା କରାଇବାକୁ ପ୍ରୋତ୍ସାହିତ କରୁଛି କାରଣ ଶୀଘ୍ର ଚିହ୍ନଟ ହେଉଛି ସର୍ବୋତମ ପ୍ରତିରୋଧ । ଦର୍ପଣରେ ସମଗ୍ର ପାଟିରେ ଧଳା କିମ୍ବା ଲାଲ ଦାଗ, ଦୁଇ ସପ୍ତାହ ହେବ ଶୁଖି ନଥିବା ଅଲ୍ସର ବା ଘା’, ଅସାଧାରଣ ରକ୍ତସ୍ରାବ କିମ୍ବା ଢିଲା ଦାନ୍ତର ଯାଂଚ କରନ୍ତୁ । ମାଢି କିମ୍ବା ବେକରେ ଫୁଲା କିମ୍ବା ଲମ୍ପ, କର୍କଷତା କିମ୍ବା ସ୍ୱର ପରିବର୍ତନ, କାନରେ କିମ୍ବା ଢୋକିବା ସମୟରେ ଲଗାତାର ଯନ୍ତ୍ରଣା ହେବା ଭଳି ପରିବର୍ତନଗୁଡିକୁ ଅନୁଭବ କରନ୍ତୁ । ଯଦି ଆପଣ କୌଣସି ସଙ୍କେତ ଦେଖିବାକୁ ପାଆନ୍ତି, ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ବିଳମ୍ବ କରନ୍ତୁ ନାହିଁ । ସେଗୁଡିକୁ ଚିହ୍ନଟ କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ କାରଣ ଶୀଘ୍ର ଯାଂଚ ଚିକିତ୍ସାର ସର୍ବୋତମ ସୁଯୋଗ ସହ ସମାନ ହୋଇଥାଏ ।”
ସେହିପରି ଉତ୍କଳ ହସ୍ପିଟାଲର ରେଡିଏଶନ ଅଙ୍କୋଲୋଜି ବିଭାଗର ନିର୍ଦ୍ଦେଶକ ଓ ସିନିୟର କନ୍ସଲ୍ଟାଂଟ ଡା. ସଞ୍ଜୟ କୁମାର ମିଶ୍ର କହିଛନ୍ତି, “ଚାରିପାଶ୍ୱର୍ର ସୁସ୍ଥ ଟିସ୍ୟୁଗୁଡିକୁ ସଂରକ୍ଷିତ ରଖିବା ସହ ଟ୍ୟୁମରଗୁଡିକୁ ସଠିକ ଭାବେ ଟାର୍ଗେଟ କରି ମୁଣ୍ଡ ଓ ବେକ କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ରେଡିଏଶନ ଥେରାପି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସଠିକ ରେଡିଏଶନ ଚିକିତ୍ସା ସହିତ ପ୍ରାରମ୍ଭିକ ପର୍ଯ୍ୟାୟ ରୋଗ ଚିହ୍ନଟ ଫଳାଫଳକୁ ବହୁମାତ୍ରାରେ ଉନ୍ନତ କରିଥାଏ । ଆମେ ଅତ୍ୟାଧୁନିକ, ରୋଗୀ-କୈନ୍ଦ୍ରିକ କ୍ୟାନ୍ସର ଚିକିତ୍ସା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛୁ ।”
Comments are closed.