ଉତ୍କଳ ହସ୍ପିଟାଲ ଦ୍ୱାରା ବିରଳ ଆଣ୍ଠୁ ସ୍ଥାନାନ୍ତରଣ ଅସ୍ତ୍ରୋପଚାର ପରିଚାଳିତ
ଭୁବନେଶ୍ୱର : କ୍ରୀଡା ଆଘାତ ଓ ପୁନର୍ବାସ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଉତ୍କଳ ହସ୍ପିଟାଲର ଅର୍ଥୋପେଡିକ୍ ଡାକ୍ତର ଓ ଅନ୍ୟମାନଙ୍କ ଏକ ଟିମ୍ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ ଜୀବନକୁ ଖୁସି ଫେରାଇ ଆଣିଛନ୍ତି, ଯିଏ ଆଣ୍ଠୁ ହାଡ ସ୍ଥାନାନ୍ତର ଯୋଗୁ ଏକ ଚାପଗ୍ରସ୍ତ ଜୀବନ ବଂଚିଆସୁଥିଲେ । ପୁରୀର ଜଣେ ୧୮ ବର୍ଷୀୟ ଯୁବକଙ୍କର ଶାରୀରିକ ଉଚ୍ଚତା କମ୍ ଥିଲା ଓ ସେ ଗତ ୫ ବର୍ଷ ହେବ ଆଣ୍ଠୁ ହାଡରେ ସ୍ଥାନଚ୍ୟୁତିରେ ପୀଡିତ ଥିଲେ । ଏହି ସ୍ୱାସ୍ଥ୍ୟଗତ ଅସୁସ୍ଥତା ତାଙ୍କ ଜୀବନମାନ ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ସାଧାରଣ ଗତିବିଧିକୁ ଗୁରୁତର ଭାବେ ପ୍ରଭାବିତ କରିଥିଲା ।
ଏସମ୍ପର୍କରେ ଉତ୍କଳ ହସ୍ପିଟାଲର ଅର୍ଥୋପେଡିକ୍ ସର୍ଜନ ଡଃ ଦିବ୍ୟ ସିଂହ କହିଛନ୍ତି, “ରୋଗୀ ଜଣଙ୍କ ଚାପଗ୍ରସ୍ତ ଅବସ୍ଥାରେ ଆମ ପାଖକୁ ଆସିଥିଲେ ଯେଉଁଠାରେ ତାଙ୍କ ଆଣ୍ଠୁର ହାଡ ନିଜ ସ୍ଥାନରୁ ବାହାରି ଯାଇଥିବା ବା ସ୍ଥାନଚ୍ୟୁତି ହୋଇଥିବା ଜଣାପଡିଥିଲା । ଆମେ କିଛି ଏମ୍ଆର୍ଆଇ ସ୍କାନିଙ୍ଗ ଓ ଅନ୍ୟାନ୍ୟ ପରୀକ୍ଷଣ କରିଥିଲୁ ଏବଂ ଜାଣିବାକୁ ପାଇଥିଲୁ ଯେ, ତାଙ୍କ ଆଣ୍ଠୁ ହାଡ ଓ ହାଡ ଆଖାପାଖର ସ୍ଥାନକୁ ସପୋର୍ଟ ଦେଉଥିବା ଲିଗାମେଂଟ୍ ଅଧିକ ପୁନଃନିର୍ମାଣ ଓ ଚିକିତ୍ସାର ଆବଶ୍ୟକ କରୁଛି । ସେ ଏହା ମଧ୍ୟ କହିଥିଲେ, ଏହା ଏକ ବିରଳ ଅସ୍ତ୍ରୋପଚାର ଥିଲା ଏବଂ ଏହାକୁ କ୍ରୀଡା ସମ୍ବନ୍ଧିତ ଗତିବିଧିଗୁଡିକରେ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ରୋଗର ପରିଚାଳନା ଓ ଚିକିତ୍ସା ପାଇଁ ବିଶେଷଜ୍ଞତା ଓ ଅତ୍ୟାଧୁନିକ ଟେକ୍ନୋଲୋଜିର ଆବଶ୍ୟକତା ରହିଥାଏ । ଷ୍ଟେଟ୍-ଅଫ୍-ଦ-ଆର୍ଟ ଫ୍ୟାସିଲିଟି ଓ ଡାକ୍ତରମାନଙ୍କ ଏକ ସମର୍ପିତ ଟିମ୍ ସହିତ ଆମେ ଏହି ବିରଳ ଅସ୍ତ୍ରୋପଚାର ପରିଚାଳନା କରିବାକୁ ସକ୍ଷମ ହୋଇଥିଲୁ ଏବଂ ସଫଳତାର ସହିତ ରୋଗୀଙ୍କର ଚିକିତ୍ସା କରିବାକୁ ସକ୍ଷମ ହୋଇଥିଲୁ ।”
ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ଙ୍କ ଅନୁଯାୟୀ, ରୋଗୀଙ୍କ ଆଣ୍ଠୁ ହାଡ ପାଇଁ ବାଧା ସୃଷ୍ଟି କରୁଥିବା ଦମନୀ ବା ଲିଗାମେଂଟ୍ରେ ଚିରିବା ଓ ଅନ୍ୟ ସମସ୍ୟାଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଆଣ୍ଠୁ ସ୍ଥାନରେ ଗ୍ରାଫ୍ଟର ପ୍ରତିରୋପଣ ଓ କିଛି ଅସ୍ତ୍ରୋପଚାର କରାଯାଇଥିଲା । ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ, ଅସ୍ତ୍ରୋପଚାରଗୁଡିକୁ ସର୍ବନିମ୍ନ ଟେକ୍ନିକ୍ ମାଧ୍ୟମରେ କରାଯାଇଥିଲା । ରୋଗୀ ଏହା ପର ଦିନରୁ ସପୋର୍ଟ ସହିତ ଚାଲିବାକୁ ସକ୍ଷମ ହୋଇଥିଲେ ଏବଂ ଅସ୍ତ୍ରୋପଚାର ପରେ ତାଙ୍କର ଆଣ୍ଠୁ ଭାଙ୍ଗିବାର କ୍ଷମତାରେ ଅନେକ ସୁଧାର ଆସିଥିଲା । ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟାରେ ମଧ୍ୟ ଅସ୍ତ୍ରୋପଚାର ପରେ ଉଲ୍ଲେଖନୀୟ ସୁଧାର ଦେଖିବାକୁ ମିଳିଥିଲା ।
Comments are closed.