ସରକାରୀ ଉଦାସୀନତାର ପ୍ରତିବାଦ କରି ଓଡ଼ିଆରେ ଫଳକ ଲଗେଇଲା ଉଠ ଓଡ଼ିଆ ସଂଗଠନ

Share It

ଭୁବନେଶ୍ବର: ଉତ୍କଳ ଦିବସ ଅବସରରେ ଉଠ ଓଡ଼ିଆ ସଙ୍ଗଠନ ପକ୍ଷରୁ ସରକାରଙ୍କ ଓଡିଆ ଭାଷା ପ୍ରତି ଥିବା ବୈମାତୃକ ମନୋଭାବ ବିରୁଦ୍ଧରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ ଠାରେ  ଏକ ଅଭିନବ ପ୍ରତିବାଦ କରାଯାଇଛି। ମାଷ୍ଟର କ୍ୟାନ୍ତିନ ଛକରେ ଥିବା ଇଂରାଜୀ ଫଳକ ଆଇ ଲଭ ଭୁବନେଶ୍ବର ଉପରେ ଓଡ଼ିଆରେ ମୋ ପ୍ରିୟ ଭୁବନେଶ୍ୱର ବ୍ୟାନର ଲଗାଯାଇଛି ଏବଂ ସରକାର ଏହାକୁ ସୁରକ୍ଷା ଦେବାକୁ ଦାବି କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ତିନି ବର୍ଷ ଧରି ସରକାରଙ୍କୁ ଓଡ଼ିଆ ଫଳକ ଲଗେଇବାକୁ ଦାବି ହେଉଥିଲେ ସୁଦ୍ଧା ସରକାର ନଶୁନିବାରୁ ସଂଗଠନ ତରଫରୁ ଏହି ପଦକ୍ଷେପ ନିଆ ଯାଇଛି।

ଏହି ଅବସରରେ ସଙ୍ଗଠନର ଅନେକ ସଦସ୍ୟ ଯୋଗ ଦେଇ ରାଜ୍ୟର ଭାଷା ଏବଂ ଐତିହ୍ୟ ଆମର ପରିଚୟ ବୋଲି ଦର୍ଶାଇବା ଶହ, ବିଭିନ୍ନ ସରକାରୀ ଓ ଅନ୍ୟାନ୍ୟ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଦାବି କରାଯାଇଛି ।
ଏହି ଅବସରରେ କାହ୍ନୁ ଚରଣ ବେହୁରା, ସଦସ୍ୟ, ଉଠ ଓଡ଼ିଆ କହିଛନ୍ତି ଯେ, ‘ଆଉ କେଇଟା ବର୍ଷ ପରେ ଆମ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାକୁ ୧୦୦ ବର୍ଷର ପୂରିବ। କିନ୍ତୁ ଏବେବି ଆମେ ଓଡ଼ିଆ ସ୍ୱାଭିମାନ ଏବଂ ଭାଷାର ଉଚିତ ବ୍ୟବହାର ପାଇଁ ସଂଘର୍ଷ କରୁଛେ।
ଓଡ଼ିଶା ର ସ୍ୱାଭିମାନ ଫେରିବ ଯଦି, ଆମ ଯୁବକମାନେ ଆଉ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବେନି, ଆମ ପିଲାମାନେ ଉନ୍ନତମାନର ଗୁଣାତ୍ମକ ଶିକ୍ଷା ପାଇବେ, ସ୍ଥାନୀୟ ସ୍ତରରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ମିଳିଵ, ସ୍ଥାନୀୟ ସମ୍ବଳ ସ୍ଥାନୀୟ ଲୋକଙ୍କ ରୋଜଗାର ସୁରକ୍ଷା ପାଇଁ ପ୍ରଥମେ ବ୍ୟବହାର ହେଵ, ଓଡିଆ ଭାଷାରେ ଶିକ୍ଷା, ପରୀକ୍ଷା ଓ ନିଯୁକ୍ତି ହେଵ, ଚାଷୀମାନେ ସ୍ଵାବଲମ୍ବନଶୀଳ ଜୀବନ ବଞ୍ଚିବେ, ମଦମୁକ୍ତ ଓଡିଶା ଗଠନ ହେଵ ତେବେ ସେଥିପାଇଁ ଆମକୁ ନୀରବତା ଭାଙ୍ଗି ସ୍ଵର ଉତ୍ତୋଳନ କରିବାକୁ ହେବ। ଓଡିଆ ଅସ୍ମିତାର କେବଳ ସ୍ଲୋଗାନ ନୁହେଁ, ବାସ୍ତବିକ ଅର୍ଥରେ ଓଡିଆ ଅସ୍ମିତାର ବଳ ଦେଖାଇବାକୁ ହେବ। ଏହି କ୍ରମରେ ‘ଉଠ ଓଡିଆ’ ଅଭିଯାନ ପ୍ରତ୍ଯେକ ଓଡିଆଙ୍କୁ ଯୋଡିବାର ପ୍ରୟାସ କରୁଛି।

ଏହି କାର୍ଯ୍ୟକ୍ରମରେ କାହ୍ନୁ ଚରଣ ବେହୁରା, ପଦ୍ମ ଚରଣ ନାୟକ,  ସୌମ୍ୟରଞ୍ଜନ ମହାନ୍ତି, ଅଶୋକ ଜେନା, ଦୁର୍ଗାଚରଣ ଦାସ, ବିଚିତ୍ର ବିଶ୍ଵାଳ, ମଳୟ ତ୍ରିପାଠୀ,  ଇନ୍ଦୁମତି, ସ୍ନେହଂଶୁ, ଧନଞ୍ଜୟ ଜେନା, ବବଲୁ ମଲ୍ଲିକ, ଜଗନ୍ନାଥ ସେଠୀ ପ୍ରମୁଖ ଯୋଦେଇଛନ୍ତି ।


Share It

Comments are closed.