କରୋନା ସଂକ୍ରମଣ ଯୋଗୁଁ ଆମେରିକାରେ ୯୦,୦୦୦ରୁ ଉର୍ଦ୍ଧ୍ୱ ମୃତ, ୧୫ ଲକ୍ଷ ଆକ୍ରାନ୍ତ
ବିଶ୍ୱ ମହାମାରୀ କରୋନା ଭାଇରସ ଯୋଗୁଁ ଆମେରିକାରେ ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷରୁ ଉର୍ଦ୍ଧ୍ୱକୁ ଟପିଗଲାଣି ଏବଂ ଏଥି ଯୋଗୁଁ ଆମେରିକାରେ ମୃତକଙ୍କ ସଂଖ୍ୟା ୯୦,୦୦ରୁ ଉର୍ଦ୍ଧ୍ୱକୁ ଟପିଗଲାଣି । ଆମେରିକାର ଜନ ହମ୍ପକିନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ତାଜା ସୂଚନା ମୁତାବକ, ଆମେରିକାରେ କୋଭିଡ-୧୯ରେ ମୃତକଙ୍କ ସଂଖ୍ୟା ୯୦୩୧୨କୁ ବୃଦ୍ଧି ପାଇଛି । ସେହିଭଳି ଏହି ଭାଇରସ ଯୋଗୁଁ ୧୫ ଲକ୍ଷ ୭୫୩ରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି ।
କରୋନା ଯୋଗୁଁ ଆମେରିକାର ନ୍ୟୁୟର୍କ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ନ୍ୟୁୟର୍କରେ ବର୍ତ୍ତମାନ ସୁଧା କରୋନା ଭାଇରସରେ ୩୫୧,୩୭୧ ଜଣ ସଂକ୍ରମିତ ହୋଇଥିବାବେଳେ ଏଠାରେ ୨୮,୩୩୯ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ପ୍ରକାଶ ଥାଉକି ଟ୍ରମ କ୍ରମାଗତ ଭାବେ ଡବ୍ଲୁଏଚଓ ଏବଂ ଚୀନ ଉପରେ କରୋନା ଭାଇରସକୁ ନେଇ ନିଜର କ୍ରୋଧ ଜାହିର କରୁଛନ୍ତି ।
ଯଦି ସାରା ବିଶ୍ୱ କଥା କହିବା ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସର ପ୍ରକୋପ ଥମିିବାର ନାମ ନେଉ ନାହିଁ । ସାରା ବିଶ୍ୱରେ କରୋନା ଭାଇରସରେ ବର୍ତ୍ତମାନ ସୁଧା ୩୨୦,୧୩୦ ଜଣଙ୍କ ମୃତ୍ୟୁ ଘଟି ସାରିଥିବାବେଳେ ଏଥିରେ ୪,୮୯୦,୮୫୫ ଜଣ ସଂକ୍ରମିତ ହୋଇ ସାରିଛନ୍ତି ।
Comments are closed.