କୁଏତରେ ଆମେରିକା ଦୂତାବାସ ନିକଟରେ ମିସାଇଲ୍ ମାଡ଼: ଜଣଙ୍କର ମୃତ୍ୟୁ

Share It

କୁଏତ: ସୋମବାର ସକାଳେ କୁଏତରେ ଥିବା ଆମେରିକା ଦୂତାବାସ ନିକଟରେ ପ୍ରବଳ ବିସ୍ଫୋରଣ ସହ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଇରାନ ପକ୍ଷରୁ କରାଯାଇଥିବା ଏହି ଡ୍ରୋନ୍ ଏବଂ ମିସାଇଲ୍ ଆକ୍ରମଣ ଯୋଗୁଁ ସାରା ଅଞ୍ଚଳ କଳା ଧୂଆଁରେ ବୁଡ଼ି ରହିଛି। କୁଏତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେରିକା ଦୂତାବାସ ନିଜ ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ଦୂତାବାସ ନିକଟକୁ ନ ଆସିବାକୁ କଡ଼ା ନିର୍ଦ୍ଦେଶ ଦେଇଛି। ଅନ୍ୟପଟେ, ଇରାନର ସରକାରୀ ସମ୍ବାଦ ସଂସ୍ଥା ଦାବି କରିଛି ଯେ ସେମାନେ କୁଏତ ଆକାଶରେ ଆମେରିକାର ଏକ F-15 ଯୁଦ୍ଧ ବିମାନକୁ ମଧ୍ୟ ଖସାଇ ଦେଇଛନ୍ତି। ଏହି ଆକ୍ରମଣ ପରେ ସାରା ଗଲ୍ଫ ଅଞ୍ଚଳରେ ହାଇ-ଆଲର୍ଟ ଜାରି କରାଯାଇଛି।


Share It

Comments are closed.