ବିମାନ ବନ୍ଦରରେ ହୀରା ଖଚିତ ଡ୍ରେସ ପିନ୍ଧି ପହଂଚିଲେ ଉର୍ବସୀ ରୌତେଲା, ମୂଲ୍ୟ ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

Share It

ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଇସ୍ରାଏଲର ମିସ୍ ୟୁନିଭର୍ସ ୨୦୨୧ ପେଜେଣ୍ଟର ଜଜ୍ ଥିଲେ। ସେ ଭାରତର ଗର୍ବର ମୂହୁର୍ତ୍ତର ସାକ୍ଷୀ ହୋଇଥିଲେ। ଦେଶର ପ୍ରତିନିଧିତ୍ୱ କରିବା ଏବଂ ମିସ୍ ୟୁନିଭର୍ସ ବିଜେତାକୁ ଦେଖିବା ପରେ ବର୍ତ୍ତମାନ ଉର୍ବଶୀ ଦେଶକୁ ଫେରିଛନ୍ତି। ସେ ଫେରିବା ସମୟରେ ପିନ୍ଧିଥିବା ପୋଷାକ ଉପରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
https://www.instagram.com/tv/CXiZPJGK7sa/?utm_source=ig_web_copy_link
ବିମାନ ବନ୍ଦରରେ ଉର୍ବଶୀଙ୍କୁ ସ୍ପଟ୍ କରାଯାଇଛି। ସେ ପୋଜିଓ ଆଣ୍ଡ ସ୍କାରଲେଟ୍ ଦ୍ୱାରା ୫ ଲକ୍ଷ ଟଙ୍କା ମୂଲ୍ୟର ଏକ ବେବି ପିଙ୍କ ରଙ୍ଗର ଡ୍ରେସ୍ ପିନ୍ଧିଥିବାର ଦେଖାଯାଇଛି। ସେ ଡାଏମଣ୍ଡ ଯୋଡା ହୋଇଥିବା କୋଲ୍ଡ ସୋଲ୍ଡର୍ କ୍ରପ୍ ଟପ୍ ଏବଂ ମିନିସ୍ ସ୍କର୍ଟ ସହିତ ବେବି ପିଙ୍କ ହାଇ ଷ୍ଟିଲେଟୋସ ପିନ୍ଧିଛନ୍ତି। ଏହି ଲୁକରେ ଅଭିନେତ୍ରୀ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। ସେ ହୀରା କାନଫୁଲ ଏବଂ ଏକ ବ୍ରେସଲେଟ୍ ସହିତ ତାଙ୍କ ଲୁକକୁ କମ୍ପ୍ଲିଟ୍ କରିଛନ୍ତି।

ଭିଡିଓରେ ଦେଖାଯାଇଛି ଉର୍ବଶୀ ଏହି ସମୟରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ତାଙ୍କୁ ଅପେକ୍ଷା କରିଥିବା ଲୋକମାନେ ତାଙ୍କୁ ଫୁଲମାଳ ସହିତ ସ୍ୱାଗତ କରିଛନ୍ତି। ଫୁଲମାଳ ପିନ୍ଧିବା ସମୟରେ ଉର୍ବଶୀଙ୍କ ମୁହଁରେ ହସ ଦେଖିବାକୁ ମିଳିଛି। ପ୍ରଶଂସକମାନେ କମେଣ୍ଟ ବକ୍ସରେ ଉର୍ବଶୀଙ୍କ ଲୁକକୁ ବହୁତ ପ୍ରଶଂସା କରୁଛନ୍ତି।


Share It

Comments are closed.