ଭୁବନେଶ୍ଵର,୦୨/୦୩:ଲୋକପ୍ରିୟ ଭାରତୀୟ ଟେଲିଭିଜନ ଅଭିନେତ୍ରୀ ଉର୍ଫି ଜାଭେଦ ଆଜି ଭୁବନେଶ୍ୱରରେ ପହଞ୍ଚି ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ‘ହର୍ବାଲ ହୋଲି ୨୦୨୬’ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଭାବେ ଯୋଗ ଦେଇଛନ୍ତି ।ଚଳିତ ବର୍ଷ ସ୍ୱପ୍ନା ପତି ଫାଉଣ୍ଡେସନ ନିଜର ‘ହର୍ବାଲ ହୋଲି’ ଅଭିଯାନର ୧୫ତମ ସଂସ୍କରଣ ପାଳନ କରୁଛି । ‘ଲାଭିନ୍ସଉଡ୍ ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ’ର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାସାୟନିକ ରଙ୍ଗ ମୁକ୍ତ ଏବଂ ପରିବେଶ ଅନୁକୂଳ ହୋଲି ପାଇଁ ଜନସାଧାରଣଙ୍କୁ ସଚେତନ କରିବା । “ନିଜ ଚର୍ମକୁ କେମିକାଲ ରଙ୍ଗରୁ ରକ୍ଷା କରନ୍ତୁ” ଏହି ବାର୍ତ୍ତା ନେଇ ୨୦୧୧ ମସିହାରୁ ଏହି ଅଭିଯାନ ଜାରି ରହିଥିବା ବେ ଆଜିର କାର୍ଯକ୍ରମରେ ସମସ୍ତ ପ୍ରାକୃତିକ ରଙ୍ଗର ବ୍ୟବହାର ହୋଇଛି ଯେପରିକି ହଳଦୀ, ଚନ୍ଦନ, ମୁଲତାନି ମାଟି, ନିମ ଏବଂ ବିଟରୁ ପ୍ରସ୍ତୁତ ହର୍ବାଲ ରଙ୍ଗରେ ହୋଲି ଖେଳାଯାଇଛି ।
ଏହି ଉତ୍ସବରେ ଉର୍ଫି ଜାଭେଦଙ୍କ ସମେତ ବଲିଉଡର ଜଣାଶୁଣା କଣ୍ଠଶିଳ୍ପୀ ଶେହଜାଦ ଅଲି, ଶବାବ ସାବ୍ରି ଏବଂ ଅଭିନେତା ଏଜାଜ ଖାନ ଯୋଗ ଦେଇ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । ଏଥିସହ ଓଲିଉଡର ଲୋକପ୍ରିୟ କଳାକାର ସୁଭାଶିଷ ଶର୍ମା (ମଣ୍ଟୁ), ସୂର୍ଯ୍ୟମୟୀ ମହାପାତ୍ର, ପ୍ରିୟଙ୍କା ଏବଂ ଋଷି ପଟ୍ଟନାୟକ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ଓ ଡିଜେ ଆୟୁଷଙ୍କ ସଙ୍ଗୀତ ତାଳେ ତାଳେ ସମସ୍ତେ ହୋଲିର ମଜା ନେଇଥିଲେ ।
ଚଳିତ ବର୍ଷ ପ୍ରାୟ ୨,୦୦୦ ରୁ ଅଧିକ ଅତିଥି ଓ ବିଶିଷ୍ଟ ଶିଳ୍ପପତି ମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଆୟୋଜକଙ୍କ ମତରେ, ହର୍ବାଲ ହୋଲି କେବଳ ଏକ ପର୍ବ ନୁହେଁ, ବରଂ ଏହା ସ୍ୱାସ୍ଥ୍ୟ, ସଂସ୍କୃତି ଏବଂ ସୁରକ୍ଷିତ ପରିବେଶ ପାଇଁ ଏକ ସାମାଜିକ ଆନ୍ଦୋଳନ ।

Comments are closed.