ରାସ୍ତା କଡରେ ଶୋଇଥିଲେ ପ୍ରବାସୀ ଶ୍ରମିକ, ଚଢିଗଲା ହାଇୱା

Share It

ଲକ୍‌ଡାଉନରେ ପ୍ରବାସୀ ଶ୍ରମିକଙ୍କ ସହ ଦୁର୍ଦ୍ଦଶା କମିବାର ନାମ ନେଉ ନାହିଁ । ବର୍ତ୍ତମାନ ଉତ୍ତରପ୍ରଦେଶର ମିର୍ଜାପୁରରେ ପ୍ରବାସୀ ଶ୍ରମିକଙ୍କ ସହ ଅଘଟଣ ଘଟିଛି । ଏଠାରେ ରାସ୍ତା କଡରେ ଶୋଇଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ହାଇୱା ଚଢିଯାଇଛି । ଏହା ଯୋଗୁଁ ଘଟଣାସ୍ଥଳେ ତିନି ଜଣଙ୍କ ମୃତ୍ୟୁ ଘଟିଛି ।
ମିଳିଥିବା ସୂଚନା ମୁତାବକ କିଛି ଶ୍ରମିକ ମୁମ୍ବାଇରୁ ବିହାର ଆସିବା ପାଇଁ ଇନୋଭା ଗାଡିରେ ବାହାରିଥିଲେ । ରାତିରେ ଡ୍ରାଇଭର ଗାଡିକୁ ଲାଲଗଞ୍ଜରେ ରାସ୍ତା କଡରେ ସାଇଡ କରି ବିଶ୍ରାମ ନେଉଥିଲେ । ସମସ୍ତ ଶ୍ରମିକ ଗାଡି ମଧ୍ୟରୁ ଓହ୍ଲାଇ ଯାଇ ରାସ୍ତା କଡରେ ବିଶ୍ରାମ କରୁଥିଲେ । ସକାଳୁ ସକାଳୁ ଅପର ପାଶ୍ୱର୍ରୁ ଦ୍ରୁତ ଗିତରେ ଆସୁଥିବା ଏକ ହାଇୱାର ଗୋଟିଏ ପାଖ ଷ୍ଟେରିଙ୍ଗ ଫେଲ ହୋଇଯିବା ଫଳରେ ରାସ୍ତା କଡରେ ଶୋଇଥିବା ଶ୍ରମିକଙ୍କ ଉପରେ ସେ ଚଢିଯାଇଥିଲେ । ଘଟଣା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଦୌଡି ଆସିବା ସହ ଗାଡିରେ ଫସିଥିବା ଲୋକଙ୍କୁ ବାହାର କରିଥିଲେ । ଏହା ପରେ ସୂଚନା ପାଇ ଘଟଣାସ୍ଥଳେ ପୋଲିସ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଗୁରୁତର ଆହତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ସଂପର୍କରେ ସୂଚନା ମିଳିବା ପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।


Share It

Comments are closed.