ଯୋଗୀ ସରକାର ରାଜ୍ୟର ଆଉ ଏକ ସ୍ଥାନର ନାମ ପରିବର୍ତ୍ତନ ପାଇଁ ଦେଲେ ପ୍ରସ୍ତାବ


ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ପୂର୍ବରୁ ତିନୋଟି ପ୍ରମୁଖ ସ୍ଥାନର ନାମ ପରିବର୍ତ୍ତନ କରିସାରିଛନ୍ତି। ଆହ୍ଲାବାଦରୁ ପ୍ରୟାଗରାଜ, ମୁଗଲସରାୟ ଦୀନ ଦୟାଲ ଉପାଧ୍ୟ ନଗର ଓ ଫୈଜାବାଦରୁ ଅଯୋଧ୍ୟ କରିସାରିଛନ୍ତି। ପୁଣିଥରେ ଯୋଗୀ ସରକାର ଆଉ ଏକ ସ୍ଥାନର ନାମ ପରିବର୍ତ୍ତନ କରିବାକୁ ଯାଉଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସଙ୍କେତ ଦେଇଛନ୍ତି ଯେ, ରାଜ୍ୟ ସରକାର ଯେଉଁଠି ଆବଶ୍ୟକ ହେବ ନାମ ପରିବର୍ତ୍ତନ କରିବେ। ଲୋକସଭାରେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଉପରେ ଆଜି ପୁଣିଥରେ ମୋହର ଲାଗିଛି। ଉତ୍ତର ପ୍ରଦେଶ ସରକାର ଝାନସି ରେଲୱେ ଷ୍ଟେସନର ନାଁ ବଦଳାଇ ବୀରଙ୍ଗନା ଲକ୍ଷ୍ମୀବାଇ ରେଲୱେ ଷ୍ଟେସନ୍ କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ପଠାଇଛନ୍ତି। ସରକାର ଲୋକସଭାରେ ମଙ୍ଗଳବାର ଏ ସମ୍ପର୍କରେ ସୂଚନା ଦେଇଛନ୍ତି।


Share It

Comments are closed.