ବିଦେଶ ମୁହାଁ ଭାରତୀୟ ଖେଳାଳୀ, ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଉନ୍ମୁକ୍ତ ଚାନ୍ଦ
ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଆଉ ଜଣେ ଷ୍ଟାର କ୍ରିକେଟର। ଯାହାଙ୍କ ନେତୃତ୍ବରେ ଭାରତୀୟ ଅଣ୍ଡର-୧୯ ଦଳ ଜିତିଥିଲା ବିଶ୍ୱକପ। ମାତ୍ର ୨୮ ବର୍ଷ ବୟସରେ ଭାରତୀୟ କ୍ରିକେଟକୁ ବାଏ ବାଏ କରିଛନ୍ତି ଉନ୍ମୁକ୍ତ ଚାନ୍ଦ। ୨୦୧୨ ମସିହାରେ ଉନ୍ମୁକ୍ତ ଚାନ୍ଦଙ୍କ ଅଧିନାୟକତ୍ୱରେ ଅଣ୍ଡର-୧୯ ବିଶ୍ୱକପରେ ଭାରତୀୟ ଦଳ ଚମ୍ପିଆନ୍ ହୋଇଥିଲା। ଅଷ୍ଟ୍ରେଲିଆ ବିପକ୍ଷରେ ଶତକୀୟ ଇନିଂସ୍ ଖେଳି ଭାରତକୁ ଚମ୍ପିଆନ୍ କରିଥିଲେ ଏହି ଷ୍ଟାର ଖେଳାଳି।
୨୦୧୨ ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆରେ ଉନ୍ମୁକ୍ତଙ୍କୁ ମିଳିଥିଲା ସୁଯୋଗ। ହେଲେ ସେ ମାତ୍ର ଅଳ୍ପ ମ୍ୟାଚ୍ ଖେଳି ପାରିଥିଲେ। ଲଗାତାର ଖରାପ ପ୍ରଦର୍ଶନ ଯୋଗୁଁ ସେ ଟିମରେ ଆଉ ସୁଯୋଗ ପାଇ ନଥିଲେ। ପରେ ଘରୋଇ କ୍ରିକେଟ ଓ ଇଣ୍ଡିଆନ୍ ପ୍ରିମିୟର ଲିଗରେ ମଧ୍ୟ ନିଜ ପ୍ରଦର୍ଶନର ଛାପ ଛାଡ଼ି ପାରି ନଥିଲେ ଚାନ୍ଦ। ଯେଉଁଥିପାଇଁ ଟିମରେ ନିଜ ସ୍ଥାନ ପକ୍କା କରି ପାରିନଥିଲେ। ଏବେ ଉନ୍ମୁକ୍ତ ଚାନ୍ଦ ଭାରତୀୟ କ୍ରିକେଟକୁ ବାଏ ବାଏ କରିଛନ୍ତି। ଏଥିସହିତ ସେ ଏବେ ବିଦେଶୀ ଲିଗରେ ନଜର ଆସିବେ ବୋଲି ସୂଚନା ରହିଛି। ଆମେରିକା କ୍ରିକେଟ ଲିଗରେ ଉନ୍ମୁକ୍ତ ଚାନ୍ଦ ନଜର ଆସିବେ ବୋଲି ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି।
କିଛି ମାସ ତଳେ ଆମେରିକାର ମେଜର ଲିଗରେ ଭାଗ ନେବାକୁ ଯାଉଛନ୍ତି ଉନ୍ମୁକ୍ତ ଚାନ୍ଦ ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ସେହି ସମୟରେ ଉନ୍ମୁକ୍ତ ଚାନ୍ଦ ଏହି କଥାକୁ ଖଣ୍ଡନ କରିଥିଲେ। ସୂଚନାଥାଉକି, ସ୍ମିତ ପଟେଲ ନିକଟରେ ଭାରତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ ଆମେରିକା ମେଜର ଲିଗରେ ଖେଳି କରୁଛନ୍ତି କମାଲ। ଶୁକ୍ରବାର ଦିନ ଉନ୍ମୁକ୍ତ ଚାନ୍ଦ ଟ୍ୱିଟ କରି କହିଛନ୍ତି ଯେ, ଜୀବନର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବାକୁ ଯାଉଛି। ଉନ୍ମୁକ୍ତ ଭାରତୀୟ ଟିମ୍ ସହିତ ବିତେଇଥିବା ସ୍ମୃତିକୁ ଭିଡିଓ ଜରିଆରେ ମଧ୍ୟ ସେୟାର କରିଛନ୍ତି। ଏକଦା ଉନ୍ମୁକ୍ତ ଚାନ୍ଦ ଭାରତୀୟ କ୍ରିକେଟର ଭବିଷ୍ୟତ ଭାବେ ଚର୍ଚ୍ଚାରେ ଥିଲେ। ହେଲେ ଏହି ଟ୍ୟାଲେଣ୍ଟଡ୍ ବ୍ୟାଟସମ୍ୟାନ୍ ୨୮ ବର୍ଷ ବୟସରେ ଭାରତୀୟ କ୍ରିକେଟକୁ ବାଏ ବାଏ କରିଛନ୍ତି।
T2- On to the next innings of my life #JaiHind🇮🇳 pic.twitter.com/8yK7QBHtUZ
— Unmukt Chand (@UnmuktChand9) August 13, 2021
ଉନ୍ମୁକ୍ତ ଚାନ୍ଦ ୬୭ ଫାଷ୍ଟ କ୍ଲାସ୍ କ୍ରିକେଟ ଖେଳିଛନ୍ତି। ସେ ୩୧.୫୭ ଆଭେରେଜରେ ୩୩୭୯ ରନ୍ ସ୍କୋର କରିଛନ୍ତି। ସେହିପରି ଲିଷ୍ଟ-ଏ କ୍ରିକେଟରେ ଉନ୍ମୁକ୍ତ ଚାନ୍ଦ ୪୫୦୫ ରନ୍ ସ୍କୋର କରିଛନ୍ତି। ଏହି ଫର୍ମାଟରେ ତାଙ୍କ ନାମରେ ମୋଟ ୭ଟି ଶତକ ରହିଛି। ୭୭ଟି ଟି-୨୦ ମ୍ୟାଚ୍ ଖେଳି ୧୫୬୪ ରନ୍ କରିଛନ୍ତି। ଯେଉଁଥିରେ ତାଙ୍କ ନାମରେ ୩ଟି ଶତକ ରହିଛି।
T1- On to the next innings of my life #JaiHind🇮🇳 pic.twitter.com/fEEJ9xOdlt
— Unmukt Chand (@UnmuktChand9) August 13, 2021
ଉନ୍ମୁକ୍ତ ଚାନ୍ଦ ୬ ବର୍ଷ ପର୍ଯ୍ୟନ୍ତ ଆଇପିଏଲ ମଧ୍ୟ ଖେଳିଛନ୍ତି। ସେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଳୀି କ୍ୟପିଟାଲ୍ସ ପାଇଁ ଖେଳିଛନ୍ତି। ଆଇପିଏଲରେ ମାତ୍ର ୨୧ଟି ମ୍ୟାଚ୍ ଖେଳି ୩୦୦ ରନ୍ ସ୍କୋର କରିଛନ୍ତି। ସେ ଦିଲ୍ଲୀ ଓ ଉତ୍ତରାଖଣ୍ଡ ପକ୍ଷରୁ ମଧ୍ୟ ରଣଜୀ ଖେଳିଛନ୍ତି।
Comments are closed.