ଗତ ୨୪ ଘଣ୍ଟାରେ ଆମେରିକାରେ ୧୨୬୦ ଜଣଙ୍କ ମୃତ୍ୟୁ

Share It

କରୋନା ଭାଇରସର ପ୍ରକୋପ ସାରା ବିଶ୍ୱରେ ଜାରି ରହିଥିବାବେଳେ ଅନ୍ୟପଟେ ଆମେରିକାରେ ଏହି ଭାଇରସ ଯୋଗୁଁ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆମେରିକାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୬୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଆମେରିକାରେ ମୃତକଙ୍କ ସଂଖ୍ୟା ୯୫ ହଜାରକୁ ଟପି ଗଲାଣି । ଆମେରିକାରେ କରୋନା ଜନିତ ମୃତକଙ୍କ ସଂଖ୍ୟା ୯୫୨୭୬ରେ ଆସି ପହଞ୍ଚିଛି ।
ମିଳିଥିବା ସୂଚନାର ମୁତାବକ, ଆମେରିକାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୫୮୮୩୨୨ରେ ପହଞ୍ଚିଥିବାବେଳେ ସବୁଠାରୁ ଖରାପସ୍ଥିତି ନ୍ୟୁୟର୍କରେ ରହିଛି । ନ୍ୟୁୟର୍କରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୮୧୫୪ରେ ଆସି ପହଞ୍ଚିଥିବାବେଳେ ଏଠାରେ ମୃତକଙ୍କ ସଂଖ୍ୟା ୨୮୭୪୩ରେ ଆସି ପହଞ୍ଚିଛି । ଏହା ପରେ ନ୍ୟୁଜର୍ସିରେ ୧୦୯୮୫, ମୋସାଚ୍ୟୁସେଟ୍ସରେ ୬୧୪୮ ଏବଂ ମିସିଗନରେ ୫,୧୨୯ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସତ୍ତ୍ୱେ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ସମସ୍ତ ୫୦ଟି ପ୍ରଦେଶକୁ ଖୋଲିବାକୁ ଦାବି କରିଛନ୍ତି ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ଏହି ପଦକ୍ଷେପ ଦ୍ୱାରା ପୂର୍ବରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଟ୍ରମ୍ପ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମେରିକାରେ କରୋନା ଭାଇରସର ଦ୍ୱିତୀୟ ପ୍ରକୋପ ସତ୍ତ୍ୱେ ମଧ୍ୟ ଦେଶ ବନ୍ଦ ହେବ ନାହିଁ ।


Share It

Comments are closed.