କରୋନାରେ ଆକ୍ରାନ୍ତ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାୱଡେକର
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଶୁକ୍ରବାର କରୋନା ପଜିଟିଭ୍ ଭାବେ ଚିହ୍ନିତ ହୋଇଛନ୍ତି । ଗତ ୨-୩ ଦିନ ମଧ୍ୟରେ ତାଙ୍କ ସଂପର୍କରେ ଆସିଥିବା ଲୋକଙ୍କୁ ସେ କରୋନା ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି । ସେପଟେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା କୋଭିଡ୍-୧୯ ଦ୍ୱାରା ସଂକ୍ରମିତ ହୋଇଥିବାବେଳେ ତାଙ୍କୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହି ଦୁଇଜଣଙ୍କ ବ୍ୟତୀତ ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂହ, ରଣଦୀପ ସୁର୍ଜେୱାଲା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମ୍ରତ କୌର ବାଦଲ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଦିଗ୍ବିଜୟ ନିଜର ଦିଲ୍ଲୀସ୍ଥିତ ବାସଭବନରେ ଆଇସୋଲେସନ୍ରେ ଅଛନ୍ତି । ହରସିମ୍ରତ ହୋମ୍ କ୍ୱାରେଣ୍ଟାଇନ୍ ରହିବାକୁ ସିଦ୍ଧାନ୍ତ ନେଇଛନ୍ତି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂହ ନିଜକୁ ଆଇସୋଲେଟ୍ କରି ରଖିଛନ୍ତି । ତାଙ୍କ ମନ୍ତ୍ରାଳୟରେ ବହୁ ଲୋକ କରୋନା ସଂକ୍ରମିତ ହୋଇଥିବାରୁ ସିଂହ ଏହି ପଦକ୍ଷେପ ନେଇଛନ୍ତି ।
Comments are closed.