ହକି ଖେଳାଳିଙ୍କ ସହ ରାତ୍ରି ଭୋଜନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର, – ଟୋକିଓ ଅଲମ୍ପିକ୍ସରେ ଭାଗ ନେଇ ଓଡ଼ିଶା ଏବଂ ଭାରତକୁ ଗୌରବ୍ୱାନିତ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ୪ ଜଣ ଓଡ଼ିଆ ହକି ଖେଳାଳି ଦିପଗ୍ରେସ ଏକ୍କା, ନମିତା ଟୋପୋ, ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ଭୁବନେଶ୍ୱର ଠାରେ ଭେଟି ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ହକି ଖେଳାଳିଙ୍କ ସହ ରାତ୍ରି ଭୋଜନ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଓଡ଼ିଶାର ସୁପୁତ୍ର ଏବଂ ଝିଅମାନେ ଟୋକିଓ ଅଲମ୍ପିକ୍ସର ହକି ପ୍ରତିଯୋଗିତାରେ ଉତମ ପ୍ରଦର୍ଶନ କରି ସମଗ୍ର ଭାରତବର୍ଷକୁ ଗୌରବ କରିଛନ୍ତି । ସେମାନଙ୍କର ଉତ୍କର୍ଷତାର ଯାତ୍ରା ଅନେକଙ୍କୁ ହକି ଖେଳିବା ପାଇଁ ପ୍ରେରଣା ଯୋଗାଇବ ।
Comments are closed.