ପ୍ରଭୁ ଶ୍ରୀହନୁମାନ ସମାଜ ଓ ଦେଶର ମଙ୍ଗଳ କରନ୍ତୁ – ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର, ଏପ୍ରିଲ ୧୪ – ପ୍ରଭୁ ଶ୍ରୀହନୁମାନ ଭକ୍ତି, ତ୍ୟାଗ, ନିଷ୍ଠା ଓ ସମର୍ପଣର ପ୍ରତୀକ ବୋଲି ସୋମବାର ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରର ବିଭିନ୍ନ ସ୍ଥାନରେ ଆୟୋଜିତ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ସମ୍ବଲପୁରର ବିଭିନ୍ନ ପଡାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଓ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବୃକ୍ସହିଲ ସ୍ଥିତ ହନୁମାନ ମନ୍ଦିରରେ ଦର୍ଶନ କରିବା ସହ ଆଳତୀ କରିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଆଜିର ଦିନ ଓଡ଼ିଆ ତଥା ସନତନୀ ହିନ୍ଦୁଙ୍କ ପାଇଁ ଏକ ବଡ଼ ଦିନ । ଏଭଳି ଏକ ଦିନରେ ଏକ ଆଧ୍ୟାତ୍ମିକ ପରିବେଶରେ ସମ୍ବଲପୁରର ଜନସାଧାରଣଙ୍କ ସହ ହନୁମାନ ଜୟନ୍ତୀରେ ସାମିଲ ହେବା ମୋର ସୌଭାଗ୍ୟ । ହନୁମାନ ଜୟନ୍ତୀରେ ନାଗରିକମାନଙ୍କ ମଧ୍ୟରେ ଭକ୍ତିପୂର୍ଣ୍ଣ ଉତ୍ସାହ ରହିଛି । ଆମ ସମାଜରେ ଭାଇଚାରା ଓ ସମର୍ପଣ ଭାବନା ଆହୁରି ବଢୁ । ପ୍ରଭୁ ଶ୍ରୀରାମ ଓ ହନୁମାନଙ୍କ ପାଖରେ ସମ୍ବଲପୁର ସମେତ ଓଡ଼ିଶା ଓ ଦେଶର ବିକାଶ ପାଇଁ ଶ୍ରୀ ପ୍ରଧାନ କାମନା କରିଛନ୍ତି ।
Comments are closed.