‘ପରାକ୍ରମ ଶୋଭାଯାତ୍ରା’ ଦେଶପ୍ରୀତିର ନିଚ୍ଛକ ନିଦର୍ଶନ – ଧର୍ମେନ୍ଦ୍ର ପ୍ରଧାନ

Share It

ତାଳଚେର, ମଇ ୨୩ –  ‘ପରାକ୍ରମ ଶୋଭାଯାତ୍ରା’ ଦେଶପ୍ରୀତିର ନିଚ୍ଛକ ନିଦର୍ଶନ ବୋଲି ଶୁକ୍ରବାର ତାଳଚେରରେ ଆୟୋଜିତ ଏହି ଶୋଭାଯାତ୍ରା’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ନାଗରିକ ମଞ୍ଚ ତରଫରୁ ଆୟୋଜିତ ଏହି ପରାକ୍ରମ ଶୋଭାଯାତ୍ରା ତାଳଚେର ସ୍ଵୟଂଶାସିତ ମହାବିଦ୍ୟାଳୟରୁ ଆରମ୍ଭ ହୋଇ ଉପ ଜିଲ୍ଲାପାଳ ଅଫିସ୍ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପହଞ୍ଚିବା ପରେ ଶ୍ରୀ ପ୍ରଧାନ ଶହୀଦ ସ୍ମୃତିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହା ଉପରେ ଶ୍ରୀ ପ୍ରଧାନ କହିଛନ୍ତି, ସାରା ବିଶ୍ୱ ଅପରେସନ ସିନ୍ଦୁର  ଜରିଆରେ ଭାରତର ପରାକ୍ରମ ଓ ଶୌର୍ଯ୍ୟକୁ ଦେଖିଛି । ଏହି ପରାକ୍ରମ ଶୋଭାଯାତ୍ରା ଆମର ସୈନ୍ୟଶକ୍ତି ଓ ସାମରିକ ଶକ୍ତିର ପରାକାଷ୍ଠା ଏବଂ ଦେଶ ମାତୃକା ପ୍ରତି ଜନସାଧାରଣଙ୍କର ଥିବା ସମ୍ମାନକୁ ଦର୍ଶାଉଛି । ପରାକ୍ରମ ତଥା ତ୍ରିରଙ୍ଗା ଶୋଭାଯାତ୍ରା ମାଧ୍ୟମରେ ଦେଶ ଆଜି ଏକଜୁଟ ହୋଇଛି ।  ଅପରେସନ ସିନ୍ଦୁରର ସଫଳତା ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦେଶର ତିନି ସେନାର ବୀର ଯବାନମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।


Share It

Comments are closed.