କଠିନ ପରିଶ୍ରମ ଓ ନୂତନ ଚିନ୍ତାଧାରା ପ୍ରକୃତ ସଫଳତାର ଚାବିକାଠି – ଧର୍ମେନ୍ଦ୍ର ପ୍ରଧାନ
ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି ଯେ, କଠିନ ପରିଶ୍ରମ ଓ ନୂତନ ଚିନ୍ତାଧାରା ହିଁ ପ୍ରକୃତ ସଫଳତାର ଚାବିକାଠି । ହୀରୋଦ ନିଜ ପିତା ଶିବ ଶଙ୍କର ପଟେଲଙ୍କ ସହ ମିଶି ପାରମ୍ପରିକ ଧାନ ଚାଷ ସହ ଆଧୁନିକ ଜ୍ଞାନକୌଶଳକୁ ଆପଣାଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ପୋଖରୀରେ ମତ୍ସ୍ୟ ଚାଷ କରିବା ସହ ତା’ ଉପରେ ଭାଡ଼ି କରି ଲାଉ ଓ ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ସେ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି । ଅନ୍ୟମାନଙ୍କୁ ରୋଜଗାର ଦେଇ ସେ ଯୁବ ସମାଜ ପାଇଁ ଏକ ଆଦର୍ଶ ସାଜିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା କୃଷିକୁ ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଯୁବପିଢିଙ୍କୁ ନିଶ୍ଚିତ ଭାବେ ପ୍ରେରିତ କରିବ ।
ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ପ୍ରତି ଅନୁଷ୍ଠିତ ‘ଏଆଇ ଇମ୍ପାକ୍ଟ ସମିଟ’ରେ ଭାରତର ନବସୃଜନ କ୍ଷମତା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଅମୂଲ ବୁଥରେ ଏଆଇ ଆଧାରିତ ସମାଧାନ ଜରିଆରେ କିପରି ୨୪ ଘଣ୍ଟିଆ ସହାୟତା ମିଳୁଛି ଏବଂ ଚାଷୀମାନେ ଡାଏରୀ ପରିଚାଳନା ଓ ପଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଶକ୍ତ ହେଉଛନ୍ତି, ତାହା ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାରେ ପ୍ରତିଫଳିତ ହୋଇଛି । ଏଥିସହ ଏଆଇ ମାଧ୍ୟମରେ ଆମର ପ୍ରାଚୀନ ଗ୍ରନ୍ଥ, ଜ୍ଞାନ ପରମ୍ପରା ଏବଂ ପାଣ୍ଡୁଲିପିର ସଂରକ୍ଷଣ ଭାରତର ସାଂସ୍କୃତିକ-ବୈଷୟିକ ଶକ୍ତିର ପରିଚୟ ଦେଉଛି ।
ଶେଷରେ, ପରୀକ୍ଷା ଦେବାକୁ ଯାଉଥିବା ବିଦ୍ୟାର୍ଥୀମାନଙ୍କୁ ଶ୍ରୀ ପ୍ରଧାନ ‘ପରୀକ୍ଷା ଯୋଦ୍ଧା’ ଭାବେ ସମ୍ବୋଧିତ କରିଛନ୍ତି । ସେ କହିଛନ୍ତି ଯେ ପରୀକ୍ଷା ସମୟରେ ମନରେ ଆଶଙ୍କା ଓ ଦ୍ୱନ୍ଦ ଆସିବା ସ୍ୱାଭାବିକ, କିନ୍ତୁ ସଫଳତାର ମାପକାଠି କେବଳ ମାର୍କ ନୁହେଁ । ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଅନୁଯାୟୀ, ବିଦ୍ୟାର୍ଥୀମାନେ ଧୈର୍ଯ୍ୟ ଏବଂ ନିରନ୍ତର ଶିଖିବାର ମନୋଭାବ ଉପରେ ଗୁରୁତ୍ୱ ଦେବା ଉଚିତ । ଶାନ୍ତ ମନରେ ନିଜ ପ୍ରସ୍ତୁତି ଉପରେ ଭରସା ରଖିବା ଏବଂ ପରିବାର ଓ ଶିକ୍ଷକଙ୍କ ମାର୍ଗଦର୍ଶନକୁ ଶକ୍ତି ଭାବେ ଗ୍ରହଣ କରିବା ହିଁ ବିଦ୍ୟାର୍ଥୀଙ୍କୁ ଜୀବନର ପ୍ରତିଟି ପରୀକ୍ଷାରେ ସଶକ୍ତ କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି।
Comments are closed.