ଆସନ୍ତା କାଲି ଓଡ଼ିଶା ଆସିବେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା
ଭୁବନେଶ୍ଵର,୦୪/୦୩:ଆସନ୍ତାକାଲି ଓଡ଼ିଶା ଆସିବେ ଅମିତ ଶାହା । ୬ ତାରିଖରେ CISF KRTC, ମୁଣ୍ଡଳିଠାରେ ୫୭ ତମ ରେଜିଙ୍ଗ ଡେ ପରେଡ୍ କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରଗୃହ ମନ୍ତ୍ରୀ । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସର ପ୍ରସ୍ତୁତି ଆରମ୍ଭ । ଗାଇଡ ଲାଇନ୍ ଅନୁଯାୟୀ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି କଟକ ଡିସିପି । ରୁଟ ଲାଇନକୁ ମିଶାଇ, ମୋଟ ୨୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଏହି ଅଞ୍ଚଳକୁ ଡ୍ରୋନ ମୁକ୍ତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିବା ଡିସିପି କହିଛନ୍ତି । ଟ୍ରାଫିକ ଆଡଭାଜରି ମଧ୍ୟ ଜାରି କରାଯାଇଛି । ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଥିବା ସୂଚନା ଦେଇଛନ୍ତି ।
Comments are closed.