ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କଟକ ଓ ଭୁବନେଶ୍ବରରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ

Share It

ଭୁବନେଶ୍ବର୫/୦୩: ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ।କାଲି କଟକ ମୁଣ୍ଡଳୀ ଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସରେ ଯୋଗଦେବେ ଅମିତ ଶାହ। ମୁଣ୍ଡଳୀ ଠାରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀର ଖାରବେଳ ରିଜିଓନାଲ ଟ୍ରେନିଂ ସେଣ୍ଟର ଜାତୀୟ ସୁରକ୍ଷାରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । କଟକରୁ ଫେରି ଭୁବନେଶ୍ବର ଇନଫୋଭାଲିରେ ଏନଏଫଏସୟୁ ଓ ସିଏଫଏସଏଲର ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗ ଦେବେ।

ନ୍ୟାସନାଲ ଫରେନସିକ ସାଇନସେସ ୟୁନିଭର୍ସିଟି ଓ ସେଣ୍ଟ୍ରାଲ ଫରେନସିକ ସାଇନସ ଲାବୋଟୋରୀର ସ୍ଥାୟୀ କ୍ୟାମ୍ପସ ପାଇଁ ହେବ ଶିଳାନ୍ୟାସ ।  ଏହା ସହ ଫରେନସିକ ଶିକ୍ଷା ଓ ଯାଞ୍ଚ ପ୍ରକ୍ରିୟାକୁ ମଜଭୁତ କରିବାକୁ ଇ-ଟ୍ରାଞ୍ଜିଟ କ୍ୟାମ୍ପସର ଉଦଘାଟନ କରିବେ । ଏହା ସହ ଇଫକୋ- ପାରାଦୀପ ୟୁନିଟର ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ ମଧ୍ୟ ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ।  ପରେ ଇଡକୋ ଗ୍ରାଉଣ୍ଡରେ ନୂଆ ନ୍ୟାୟ ସଂହିତା ନେଇ ଜନସଚେତନତା ସଂପର୍କରେ ପ୍ରଦର୍ଶନୀର ଉଦଘାଟନ କରିବେ । ଶେଷରେ ସମବାୟ ସେବାରେ ଦୁଗଧଜାତ ଉତ୍ପାଦନ ବୃଦ୍ଧି, ଯୁବଶକ୍ତି ସଶକ୍ତିକରଣ ଓ କୃଷକ ବିକାଶ ସଂପର୍କିତ ଶ୍ବେତ କ୍ରାନ୍ତି 2.0 କାର୍ଯ୍ୟକ୍ରମରେ ଯୋଗଦେବ ।  ପରେ ବିଏସଏଫ ଏୟାରକ୍ରାଫଟରେ ନୂଆଦିଲ୍ଲୀ ଫେରିଯିବ ଅମିତ ଶାହ ।


Share It

Comments are closed.