ରୁଷର ଆକ୍ରମଣରେ ୟୁକ୍ରେନ୍ର ଅଭିନେତ୍ରୀଙ୍କର ମୃତ୍ୟୁ
ରୁଷ ସେନାର ଆକ୍ରମଣରେ ୟୁକ୍ରେନ୍ର ଅଭିନେତ୍ରୀ ଓକସାନା ଶେଭେଟସଙ୍କ ମୃତ୍ୟୁ ହୋଇଛି। କିଏଭ୍ରେ ଏକ ଆବାସିକ କୋଠା ଉପରେ ହୋଇଥିବା ରୁଷ ସେନାର ରକେଟ ଆକ୍ରମଣରେ ମୃତ୍ୟୁ ହୋଇଛି।
ଓକସାନା ବହୁ ଫିଲ୍ମରେ ଅଭିନୟ କରିଛନ୍ତି। ଏଥିରେ ଦ ସିକ୍ରେଟ ଅଫ୍ ସେଣ୍ଟ୍ ପ୍ୟାଟ୍ରିକ୍,ଟୁମୋରୋ ଓ୍ବିଲ୍ ବି ଟୁମୋରୋ ଓ ଦ ରିଟନର୍ସ ଅଫ୍ ମୁଖତାର ରହିଛି। ତାଙ୍କୁ ୟୁକ୍ରେନ୍ର ସମ୍ମାନିତ କଳାକାର ଭାବରେ ଜଣାଯାଏ। ଦ ହଲିଉଡ ରିପୋର୍ଟର ମତରେ, ଓକସାନାଙ୍କୁ ୬୭ ବର୍ଷ ହୋଇଥିଲା।
ରାଜଧାନୀ କିଏଭ ସହିତ ୟୁକ୍ରେନର ବହୁ ସହର ଏପର୍ଯ୍ୟନ୍ତ ମିସାଇଲ ମାଡରୁ ବର୍ତ୍ତିପାରିନି। ରୁଷ କିଏଭର ବଡ ବଡ ବିଲ୍ଡିଂ ଉପରେ ରକେଟ ମାଡ କରୁଛି। ଏଥିରେ ବହୁ ଲୋକଙ୍କର ମୃତ୍ୟୁ ହୋଇଛି। ଅଭିନେତ୍ରୀ ଓକସାନାଙ୍କ ମଧ୍ୟ ଏହି ଆକ୍ରମଣରେ ମୃତ୍ୟୁ ହୋଇଛି।
Comments are closed.