ଆଜିଠୁ ତୁର୍କୀରେ ରୁଷ-ୟୁକ୍ରେନ୍ ଆଲୋଚନା
ରୁଷ ଓ ୟୁକ୍ରେନ୍ ମଧ୍ୟରେ ମାର୍ଚ୍ଚ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ । ତୁର୍କୀରେ ଏହି ଆଲୋଚନା ହେବ ବୋଲି ୟୁକ୍ରେନ୍ର ମଧ୍ୟସ୍ଥି ଡେଭିଡ୍ ଅରଖାମିଆ କହିଛନ୍ତି ।
ଉଲ୍ଲେଖଯୋଗ୍ୟ, ଯୁଦ୍ଧ ବନ୍ଦ ପାଇଁ ଉଭୟ ଦେଶ ଅନେକ ଥର କଥାବାର୍ତ୍ତା କରିଥିଲେ ହେଁ କୌଣସି ସୁଫଳ ମିଳିନାହିଁ । ଏକାଧିକ ଦେଶ ମଧ୍ୟସ୍ଥ ସାଜି ଚେଷ୍ଟା କରିସାରିଲେଣି । କିନ୍ତୁ ତୁର୍କୀର ମଧ୍ୟସ୍ଥତାରେ କିଛି ସକାରାତ୍ମକ ନିର୍ଯାସ ବାହାରିବା ସମ୍ଭାବନା ରହିଛି ।
Comments are closed.