ଉବେର୍ ପକ୍ଷରୁ ଭୁବନେଶ୍ୱରରେ ଏହାର ବିମାନବନ୍ଦର ପରିବହନ ସେବା ପୁଣିଥରେ ଆରମ୍ଭ

Share It

ଭୁବନେଶ୍ୱର: ଦେଶରେ ଘରୋଇ ବିମାନ ଯାତ୍ରା ଆରମ୍ଭ ହେବା ପରେ ଉବେର୍ ପକ୍ଷରୁ ଭୁବନେଶ୍ୱରରେ ଏହାର ବିମାନବନ୍ଦର ପରିବହନ ସେବାକୁ ପୁଣିଥରେ ଆରମ୍ଭ କରାଯାଇଛି । ରାଇଡର୍ ବା ଯାତ୍ରୀମାନେ ଏବେ ସରକାରଙ୍କ ଦ୍ୱାରା ଅନୁମତିପ୍ରାପ୍ତ ନିର୍ଦ୍ଦେଶାବଳୀ ଅନୁଯାୟୀ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ସୁବିଧାଜନକ ବିମାନବନ୍ଦର ଯାତ୍ରା ଆବଶ୍ୟକତା ପାଇଁ ଉବର୍‌ଗୋ ଓ ଉବେର ପ୍ରିମିୟର ସେବାର ପହଂଚ ହାସଲ କରିବାକୁ ସକ୍ଷମ ହେବେ । ଏସମ୍ପର୍କରେ ଉବେରର ଇଷ୍ଟ ଓ ସାଉଥ୍ ଇଣ୍ଡିଆ, ହେଡ୍ ରାଇଡ୍‌ସେୟାରିଙ୍ଗ୍‌, ରତୁଲ ଘୋଷ କହିଛନ୍ତି, “ଦେଶର ବିଭିନ୍ନ ସହରରେ ବିମାନବନ୍ଦରକୁ ଯାତ୍ରା ପାଇଁ ଆମର ସେବାକୁ ପୁଣିଥରେ ଆରମ୍ଭ କରି ଆମେ ଖୁସି ଅନୁଭବ କରୁଛୁ । ଏହା ଆମର ଡ୍ରାଇଭର୍‌ମାନଙ୍କ ପାଇଁ ରୋଜଗାର ସୁଯୋଗକୁ ଫେରାଇ ଆଣିବ ଏବଂ ଆମେ ଆମର ଡ୍ରାଇଭର୍ ଓ ଯାତ୍ରୀମାନଙ୍କ ପାଇଁ ସର୍ବୋଚ୍ଚ ମାନର ସ୍ୱଚ୍ଛତା ଓ ସୁରକ୍ଷା ମାନକକୁ ସୁନିଶ୍ଚିତ କରିବା ପାଇଁ ବିମାନବନ୍ଦର କର୍ତୃପକ୍ଷଙ୍କ ସହ ନିରନ୍ତର କାର୍ଯ୍ୟ ଜାରି ରଖିବୁ ।”
ଗତ କିଛି ସପ୍ତାହ ହେବ ଉବେର୍ ପକ୍ଷରୁ ବ୍ୟାପକ ସୁରକ୍ଷା ପଦକ୍ଷେପମାନ ଗ୍ରହଣ କରାଯାଇଛି, ଯେପରିକି ଗୋ ଅନ୍‌ଲାଇନ୍ ଚେକ୍‌ଲିଷ୍ଟ, ଉଭୟ ଯାତ୍ରୀ ଓ ଚାଳକଙ୍କ ପାଇଁ ଏକ ବାଧ୍ୟତାମୂଳକ ମାସ୍କ ପଲିସି, ଚାଳକଙ୍କ ପାଇଁ ପ୍ରି-ଟ୍ରିପ୍ ମାସ୍କ ଭେରିଫିକେସନ ସେଲ୍‌ଫି, ବାଧ୍ୟତାମୂଳକ ଚାଳକ ଶିକ୍ଷା ଏବଂ ଉଭୟ ଚାଳକ ଓ ଯାତ୍ରୀ ନିଜକୁ ସୁରକ୍ଷିତ ଅନୁଭବ କରୁନଥିଲେ ସେମାନଙ୍କୁ ଟ୍ରିପ୍ କ୍ୟାନ୍‌ସେଲ କରିବା ପାଇଁ ଅନୁମତି ଦେବା ଲାଗି ଏକ ଅପ୍‌ଡେଟେଡ୍ କ୍ୟାନ୍‌ସେଲେସନ୍ ପଲିସି ଆଦି ସାମିଲ ରହିଛି । ଏହି ପଦକ୍ଷେପଗୁଡିକୁ କାର୍ଯ୍ୟକାରୀ କରିବା ସହ ଉବେର୍ ପକ୍ଷରୁ ଏହାର ଡ୍ରାଇଭର୍ ପାର୍ଟନର୍‌ମାନଙ୍କୁ ମାଗଣାରେ ୩ ଲକ୍ଷରୁ ଅଧିକ ମାସ୍କ, ୨ ଲକ୍ଷରୁ ଅଧିକ ବୋତଲରଡିସ୍‌ଇନ୍‌ଫେକ୍‌ଟାଂଟ୍ ଓ ସାନିଟାଇଜର୍ ଆଦି ବିତରଣ କରିବାକୁ ପ୍ରୟାସ ଜାରି ରହିଛି ।


Share It

Comments are closed.