ଉବେର ପକ୍ଷରୁ ଭୁବନେଶ୍ୱରରେ ‘ଆୱାରଲି ରେଂଟାଲ’ସେବାର ଶୁଭାରମ୍ଭ


ଭୁବନେଶ୍ୱର: ଉବେର ପକ୍ଷରୁ ଏକ ୨୪ ଘଂଟିଆ ଅନ ଡିମାଣ୍ଡ, ଇଂଟର ସିଟି ସେବା, ‘ଆୱାରଲି ରେଂଟାଲ’ ସେବାର ଶୁଭାରମ୍ଭ କରାଯାଇଛି । ଯାହାଦ୍ୱାର ଯାତ୍ରୀମାନେ ଏବେ ଗୋଟିଏ କାରରେ ଏକାଧିକ ଘଂଟା ପର୍ଯ୍ୟନ୍ତ ଯାତ୍ରା କରି ପାରିବା ସହ ଏକାଧିକ ସ୍ଥାନରେ ଗାଡ଼ିକୁ ଅଟକାଇପାରିବେ । ଏହି ନୂତନ ସେବା ମାଧ୍ୟମରେ ଉବେର ଏକ ଘଂଟା/ ଦଶ କିଲୋମିଟର ପ୍ୟାକେଜ ପାଇଁ୧୮୯ ଟଙ୍କାର ସୁଲଭ ମୂଲ୍ୟରେ ଯାତ୍ରୀମାନଙ୍କୁ ସେମାନଙ୍କ ନିଜ କାର୍ ଅନୁରୂପ ସେବା ଯୋଗାଇଦେବାର ଲକ୍ଷ୍ୟ ରଖିଛି । ଯାତ୍ରୀମାନେ ଏହି ସେବାରେ ସର୍ବାଧିକ ୧୨ ଘଂଟା ପର୍ଯ୍ୟନ୍ତର ପ୍ୟାକେଜରୁ ଚୟନ କରିପାରିବେ ।
ଏହି ନୂଆ ସେବା ସମ୍ପର୍କରେ ମତ ରଖି ପ୍ରଭଜିତ ସିଂ, ସହର ମୁଖ୍ୟ, ଇଣ୍ଡିଆ ଏସଏ କହିଛନ୍ତି ଯେ, “ଆୱାରଲି ରେଂଟାଲ’ ଆମର ଏକ ସମାଧାନ ଯାହା ଯାତ୍ରାଗୁଡ଼ିକୁ ଅଧିକ ସାମ୍ଭାବ୍ୟ ସୁରକ୍ଷା ମାନଦଣ୍ଡ ଯୋଗାଇଦେବ । ଏହା ବ୍ୟତୀତ ଏହି ଅଫରଗୁଡ଼ିକ ଆମର ଚାଳକମାନଙ୍କ ପାଇଁ ଏହି ପ୍ଲାଟଫର୍ମରେ ରୋଜଗାର କରିବାର ପୁଣି ଏକ ସୁଯୋଗ ଯୋଗାଇଦେଉଛି ।”
ଏହି ସେବା ଦିଲ୍ଲୀ ଏନସିଆର, ବାଙ୍ଗାଲୋର, ଭୁବନେଶ୍ୱର ଭଳି ଦେଶର ମୋଟ ୧୭ଟି ସହରରେ ଉପଲବ୍ଧ ହେବ । ଗତ କିଛି ସପ୍ତାହ ହେବ ଉବେର ପକ୍ଷରୁ ଅନେକ ବ୍ୟାପକ ସୁରକ୍ଷା ପଦକ୍ଷେପର ଶୁଭାରମ୍ଭ କରାଯାଇଛି, ଯେଉଁଥିରେ ରହିଛି ଗୋ ଅନ୍‌ଲାଇନ୍ ଚେକଲିଷ୍ଟ, ଉଭୟ ଯାତ୍ରୀ ଓ ଚାଳକଙ୍କ ପାଇଁ ବାଧ୍ୟତାମୂଳକ ମାସ୍କ ପଲିସି ଇତ୍ୟାଦି ଭଳି ଆହୁରି ଅନେକ ପଦକ୍ଷେପ । ଉବେର୍‌ର ଅନ୍ୟ ଯାତ୍ରା ବୁକ କରିବା ଭଳି ଆୱାରଲି ରେଂଟାଲକୁ ବୁକ କରିବା ମଧ୍ୟ ସହଜ ହୋଇଥାଏ । ଏଥିପାଇଁ ଯଦି ଯାତ୍ରୀମାନେ ‘ଆୱାରଲି ରେଂଟାଲ’କୁ ନିଜ ଉବେର ଆପ୍‌ରେ ଦେଖିବାକୁ ସମର୍ଥ ହେଉନାହାନ୍ତି, ତେବେ ସେମାନଙ୍କୁ କେବଳ ନିଜର ଉବେର ଆପ୍‌କୁ ଲେଟଷ୍ଟ ଭର୍ସନକୁ ଅପଡେଟ କରିବାକୁ ପଡ଼ିବ ।


Share It

Comments are closed.