ଏପ୍ରିଲ ୧୦ରୁ ବିଦ୍ୟାଳୟରେ ଲାଗୁହେବ ୟୁଏଏସ ଉପସ୍ଥାନ ମୋଡ୍ୟୁଲ
ଏପ୍ରିଲ ୧୦ରୁ ବିଦ୍ୟାଳୟରେ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ୟୁନିଫାଏଡ ଅଟୋମେସନ ସିଷ୍ଟମ (ୟୁଏଏସ୍) ମଡ୍ୟୁଲ ଉପସ୍ଥାନ ଲାଗୁ ହେବ। ଏନେଇ ଓସେପା ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଓକାକ କମ୍ପ୍ୟୁଟର ଲାବ୍ରେ ମାର୍ଚ୍ଚ ୬ରୁ ୧୩ ମଧ୍ୟରେ ଜିଲା ଓ ବ୍ଲକସ୍ତରର ମାଷ୍ଟର ଟ୍ରେନରଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ହୋଇଥିଲା। ଏହି ମଡ୍ୟୁଲ ନେଇ ମାର୍ଚ୍ଚ ୨୯ ସୁଦ୍ଧା ସିଆରସିସି ଏବଂ ପ୍ରଧାନଶିକ୍ଷକଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମ ଶେଷ କରିବାକୁ ନିର୍ଦେଶ ଦିଆଯାଇଥିଲା। ଯେଉଁ ଜିଲ୍ଲାରେ ତାଲିମ ସରିନାହିଁ, ୯ ତାରିଖ ସୁଦ୍ଧା ଶେଷ କରିବାକୁ କୁହାଯାଇଛି। ୧୦ ତାରିଖରୁ ସମସ୍ତ ବିଦ୍ୟାଳୟରେ ୟୁଏଏସ୍ ମଡ୍ୟୁଲ ଉପସ୍ଥାନ ସହ ବିଦ୍ୟାଳୟ ମନିଟରିଂ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି।
Comments are closed.